ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଲା; ‘ଭାରତ’ରେ ସଲମାନଙ୍କ ବିପକ୍ଷରେ ନାୟିକା ସାଜିବେ…

ମୁମ୍ବାଇ: ପୂର୍ବରୁ ‘ଭାରତ’ ପାଇଁ ନାୟିକା ଭାବେ ପ୍ରିୟଙ୍କା ଚୋପ୍ରାଙ୍କୁ ବଛା ଯାଇଥିବା ବେଳେ ପ୍ରିୟଙ୍କା ତାଙ୍କର ପ୍ରେମିକ ନିକ୍‌ଙ୍କ ସହ ବିବାହ କରିବା ପାଇଁ ଚଳଚ୍ଚିତ୍ର ଛାଡ଼ିବା ପରେ ସିନେ ପ୍ରେମୀମାନେ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲେ। ଏମିତି କିଏ ଅଛି ଯିଏ ପ୍ରିୟଙ୍କାଙ୍କ ଜୋତାରେ ନିଜ ପାଦ ପୂରାଇବ! ଏନେଇ ମୁଖ୍ୟ ତିନି ଅଭିନେତ୍ରୀ ନଜରକୁ ଆସିଥିଲେ। ପ୍ରିୟଙ୍କାଙ୍କ ବଦଳରେ ‘ଭାରତରେ’ ପ୍ରଶଂସକମାନେ ସଲମାନଙ୍କ ବିପକ୍ଷରେ ତାଙ୍କ ପୂର୍ବ ପ୍ରେମିକା କ୍ୟାଟ୍ରିନାଙ୍କୁ କଳନା କରିଥିଲେ ତ ପୁଣି କେହି ଦୀପିକା ଓ ଆଉ କିଛି ଦର୍ଶକ ଜାକ୍‌ଲିନ୍‌ଙ୍କ ନାମ ନେଇଥିଲେ। ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟିଛି। ଚଳଚ୍ଚିତ୍ର ‘ଭାରତ’ରେ ସଲୁ ମିଆଁଙ୍କୁ ତାଙ୍କର ନାୟିକା ମିଳି ଯାଇଛନ୍ତି। ସେ ଆଉ କେହି ନୁହଁନ୍ତି, ସଲୁଙ୍କ ପୂର୍ବ ପ୍ରେମିକା କ୍ୟାଟ୍ରିନା କୈଫ୍‌।

ଚଳଚ୍ଚିତ୍ରର ନାୟିକା ଘୋଷଣା କରିବା ବେଳେ ନିର୍ଦ୍ଦେଶକ ଅଲ୍ଲି ଅବାସ ଜଫର୍‌ ନିଜର ଖୁସି ବ୍ୟକ୍ତ କରି କହିଛନ୍ତି, ‘ପୂର୍ବରୁ ବି ସଲମାନ ଓ କ୍ୟାଟ୍‌ଙ୍କ କେମେଷ୍ଟ୍ରିକୁ ଦର୍ଶକେ ଜବରଦସ୍ତ ଗ୍ରହଣ କରିଛନ୍ତି। ଏହି ଯୋଡ଼ିକୁ ପୂର୍ବରୁ ହିଁ ବହୁ ଲୋକପ୍ରିୟତା ମିଳିସାରିଛି। ଏଥିପାଇଁ ଏ ଦୁଇ ଜଣକୁ ପୁଣି ଥରେ ପରଦାରେ ଦେଖିବା ପାଇଁ ଆମେ ବେଶ୍‌ ଉତ୍ସୁକ। ସେମାନଙ୍କ ସହ କାର୍ଯ୍ୟ କରିବା ପାଇଁ ମୁଁ ଖୁବ୍‌ ଆଗ୍ରହୀ।’

ସମ୍ବନ୍ଧିତ ଖବର