ଏହି ହୋଟେଲରେ ହେବ ଭକ୍କି ଓ କଟ୍ରିନାଙ୍କ ବିବାହ, ଗୋଟିଏ ରାତି ପାଇଁ ଖର୍ଚ୍ଚ ୯୦ହଜାର!

ମୁମ୍ବାଇ: ଦୀର୍ଘ ଦିନ ଧରି କଟ୍ରିନା କୈଫଙ୍କ ପ୍ରଶଂସକ ଅପେକ୍ଷା କରି ରହିଥିଲେ ତାଙ୍କ ପ୍ରିୟ ଅଭିନେତ୍ରୀଙ୍କ ବିବାହ କେବେ ହେବ। ତେବେ ପ୍ରଶଂସକଙ୍କ ଏହି ଅପେକ୍ଷାର ଅନ୍ତ ଘଟିଛି। କଟ୍ରିନା କୈଫ ଭିକ୍କି କୌଶଲଙ୍କୁ ଡିସେମ୍ବର ମାସରେ ବିବାହ କରିବେ ବୋଲି କୁହାଯାଉଛି।

ଭିକ୍କି କୌଶଲ ଓ କଟ୍ରିନା କୈଫଙ୍କ ବିବାହ ରାଜସ୍ଥାନର ଏକ ହୋଟେଲରେ ହେବ। ଏହି ହୋଟେଲର ନାମ ସେନସେଜ ହୋଟେଲ ରହିଛି। ଦୁହିଁଙ୍କ ପରିବାର ଏହି ହୋଟେଲରେ ଏକାଠି ହେବେ। ଡିସେମ୍ବର ୭ରୁ ନେଇ ୧୨ ପର୍ଯ୍ୟନ୍ତ ଏହି ହୋଟେଲ ବୁକ କରାଯାଇଛି। ତେବେ ଏନେଇ ଭିକ୍କି ଓ କଟ୍ରିନା କୌଣସି ସୂଚନା ଦେଇ ନାହାନ୍ତି।

ତେବେ ଦୁହିଁଙ୍କ ବିବାହ ପାଇଁ ବୁକ ହୋଇଥିବା ହୋଟେଲ ୱେବସାଇଟ ମୁତାବକ, ଗୋଟିଏ ଦିନ ପାଇଁ ଏହି ହୋଟେଲକୁ ୬୪,୦୦୦ରୁ ୯୦,୦୦୦ଟଙ୍କା ପର୍ଯ୍ୟନ୍ତ ଦେଇ ବୁକ କରାଯାଏ। ତେବେ ଭକ୍କି ଓ କଟ୍ରିନା ନିଜ ବିବାହକୁ ନେଇ ମୁହଁ ଖୋଲି ନଥିବା ବେଳେ ପ୍ରତିଦିନ ସେମାନଙ୍କ ବିବାହକୁ ନେଇ ନୂଆନୂଆ ଖବର ସାମ୍ନାକୁ ଆସିଛି। ଭକ୍କି ଓ କଟ୍ରିନାଙ୍କ ଟିମ ବିବାହ ପାଇଁ ପୂରା ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବି ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର