ଅନ୍‌ଲାଇନରୁ କେବେ କିଛି କିଣି ନଥିବା କଟ୍ରିନା ସଲମାନ୍‌ ଓ ଆଲିଙ୍କଠାରୁ ଏହି ଜିନିଷ ଚୋରାଇ ନେବାକୁ ଚାହାନ୍ତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନେହା ଧୂପିଆ ତାଙ୍କ ପ୍ରଖ୍ୟାତ ଚାଟ ସୋ’ ‘ନୋ ଫିଲ୍‌ଟର’ର ତୃତୀୟ ସିଜନ ଆରମ୍ଭ କରି ଦେଇଛନ୍ତି । ସୋ’ର ପ୍ରଥମ ଅତିଥିବ ଭାବେ ନଜର ଆସିଥିବା କ୍ୟାଟ୍ରିନା କୈଫ୍‌ । ସେ ଏହି ସୋ’କୁ ଆସି ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା ।

ସୋ’ର ଏକ ମଜାଦାର ସେଗମେଣ୍ଟରେ ନେହା କ୍ୟାଟ୍ରିନାଙ୍କୁ ପଚାରିଥିଲେ, ସେ ସଲମାନ ଓ ଆଲିୟାଙ୍କଠାରୁ କ’ଣ ଚୋରାଇବାକୁ ପସନ୍ଦ କରିବେ । ଆଉ ଏହାର ଉତ୍ତରରେ କ୍ୟାଟ ସଲମାନଙ୍କଠାରୁ ତାଙ୍କ ଚାର୍ମ ଓ ତାଙ୍କ ପ୍ରତି ଲୋକଙ୍କ ପ୍ରେମକୁ ଚୋରାଇବାକୁ ପସନ୍ଦ କରିବେ ବୋଲି କହିଥିବା ବେଳେ ଆଲିୟାଙ୍କ ଠାରୁ ତାଙ୍କ ଆଖି ନେବେ ବୋଲି କହିଥିଲେ କଟ୍ରିନା।

ଏହାଛଡା ଯେବେ କ୍ୟାଟ୍ରିନାଙ୍କୁ ନେହା ତାଙ୍କ ଡେଟିଂ ଜୀବନ ବିଷୟରେ ପଚାରିଥିଲେ, କ୍ୟାଟ କହିଥିଲେ ଡେଟିଂକୁ ନେଇ କିଛି କରିହୁଏ ନାହିଁ, ଯେବେ ଭଗବାନ ଚାହିଁବେ ସେବେ ହେବ । କିନ୍ତୁ ଏବେ ସୁଦ୍ଧା ସେ ତାଙ୍କ ଟ୍ରାକସୁଟ ଓ ଜିମ ପ୍ୟାଣ୍ଟ ସହ ପ୍ରେମରେ ପଡିଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଲା ଏତେ ବଡ ଷ୍ଟାର ହୋଇ ମଧ୍ୟ ସେ ଅନଲାଇନ ସପିଙ୍ଗ ପସନ୍ଦ କରନ୍ତି ନାହିଁ କି କେବେ ବି ଅନଲାଇନରୁ କିଛି ବି କିଣି ନାହାଁନ୍ତି। ଏହାସହ ସେ ଅନୁଷ୍କା ଓ ସୋନମଙ୍କ ପରି ଫ୍ୟାଶନ ବିଷୟରେ ପୋଖତ ନୁହେଁ ଏବଂ ବର୍ଷେ ପୂର୍ବରୁ ତାଙ୍କୁ ସୋସିଆଲ ମିଡିଆ (ଇନଷ୍ଟାଗ୍ରାମ)ବିଷୟରେ ଜଣା ନଥିଲା ବୋଲି ବି କହିଥିଲେ।

ସମ୍ବନ୍ଧିତ ଖବର