ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ ସଲମାନ ଖାନଙ୍କ ଆଜି ୫୬ତମ ଜନ୍ମଦିନ। ସଲମାନଙ୍କ ପ୍ରଶଂସକଙ୍କ ପାଇଁ ଆଜିର ଦିନ କୌଣସି ପର୍ବଠାରୁ କମ୍ ନୁହେଁ। ଡିସେମ୍ବର ୨୭ ରେ ଅଭିନେତା ତାଙ୍କ ଜନ୍ମଦିନ ପାଳନ କରନ୍ତି। ସମଗ୍ର ଦୁନିଆରୁ ସଲମାନଙ୍କ ପାଖକୁ ଜନ୍ମଦିନର ଶୁଭେଚ୍ଛା ଆସୁଛି। ବଲିଉଡ ଇଣ୍ଡଷ୍ଟ୍ରିର ଅନ୍ୟ ସେଲିବ୍ରେଟିମାନେ ମଧ୍ୟ ସେମାନଙ୍କର ପ୍ରିୟ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି।
ଏହି ସମସ୍ତ ଶୁଭେଚ୍ଛା ମଧ୍ୟରୁ କଟ୍ରିନା ସଲମାନଙ୍କୁ ଜନ୍ମଦିନରେ ଦେଇଥିବା ଶୁଭେଚ୍ଛା ବାର୍ତ୍ତା ଚର୍ଚ୍ଚାରେ ରହିଛି। କ୍ୟାଟ୍ ସଲମାନଙ୍କ ଜଣେ ସ୍ବତନ୍ତ୍ର ବନ୍ଧୁ। କ୍ୟାଟ ତାଙ୍କ ପ୍ରିୟ କୋ-ଆକ୍ଟରଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।
କ୍ୟାଟ୍ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅଭିନେତାଙ୍କର ଏକ ଫଟୋ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କ୍ୟାଟ୍ ଲେଖିଛନ୍ତି – ‘ଜନ୍ମଦିନର ବହୁତ ଶୁଭେଚ୍ଛା ସଲମାନ …ତୁମ ଭିତରେ ଯେତେ ଭଲପାଇବା, ଚମକ,ଏବଂ ବୁଝିବା ଶକ୍ତି ଅଛି ତାହା ସବୁଦିନ ରହୁ…।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/katrina-kaif-and-salman-khan_5d7335c1d24fc-1.jpeg)