କାଟ୍ରିନା ୨୦୦୩ରେ ରିଲିଜ୍ ହୋଇଥିବା ‘ବୁମ୍’ଜରିଆରେ ବଲିଉଡ଼୍ରେେ ଏଣ୍ଟ୍ରି ନେଇଥିଲେ।ଏହା ସୁପରଫ୍ଲପ୍ ହୋଇଥିଲା।ତା’ପରେ ପ୍ରଖ୍ୟାତ୍ ନିର୍ମାତା ନିର୍ଦ୍ଦେଶକ ମହେଶ ଭଟ୍ଟ ତାଙ୍କୁ ‘ସାୟା’ ଶୀର୍ଷକରେ ନିର୍ମିତ ଏକ ହିନ୍ଦୀ ସିନେମାରେ ଲିଡ଼୍ରୋଲ୍ ପାଇଁ ଅଫର୍ ଦେଇଥିଲେ,ଯାହାକୁକି କାଟ୍ରିନା ସ୍ୱୀକାର କରିଥିଲେ।ହେଲେ ସୁଟିଂ ଆରମ୍ଭ ହେବାପୂର୍ବରୁ ‘ସାୟା’ରୁ କାଟ୍ଙ୍କୁ ଆଉଟ୍ କରିଥିଲେ ମହେଶ ଭଟ୍ଟ ଏବଂ ତାଙ୍କ ସ୍ଥାନରେ ତାରା ଶର୍ମାଙ୍କୁ ନେଇଥିଲେ।
ତେବେ ମହେଶ ଭଟ୍ଟଙ୍କ ଭଳି ଜଣେ ନାମୀ ଦାମୀ ନିର୍ମାତା-ନିର୍ଦ୍ଦେଶକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେବାର ଅପମାନକୁ କାଟ୍ରିନା ଭଲ ଭାବେ ଗ୍ରହଣ କରିନେଇଥିଲେ।ଏହାପରେ ସେ ହିନ୍ଦୀ ଶିଖିବା ଲାଗି ହିନ୍ଦୀ କ୍ଲାସ୍ରେ ଯୋଗ ଦେଇଥିଲେ ଏବଂ ସମୟକ୍ରମେ ହିନ୍ଦୀ କହିବାରେ ଅଭ୍ୟସ୍ତ ମଧ୍ୟ ହୋଇଗଲେ।
ମାତ୍ର ୧୪ ବର୍ଷ ବୟସରେ ମଡ଼େଲିଂ ଜରିଆରେ ଏଣ୍ଟରଟେନ୍ମେଣ୍ଟ ଦୁନିଆଁରେ ପାଦ ଥାପି ଥିବା କାଟ୍ରିନାଙ୍କ ଉଲ୍ଲେ୍ଖନୀୟ ହିନ୍ଦୀ ଫିଲ୍ମ ମଧ୍ୟରେ ରହିଛି‘ମେନେ ପ୍ୟାର୍ କ୍ୟୁଁ କିୟା’,ନମସ୍ତେ ଲଣ୍ଡନ,ପାର୍ଟନର,ଓ୍ଵଲ୍କମ୍,ରେସ୍,ରାଜନୀତି,ଅଜବ୍ ପ୍ରେମ୍ କି ଗଜବ୍ କାହାନୀ,ଧୂମ୍-ଥ୍ରି,ଏକ୍ଥା ଟାଇଗର୍,ୟେ ଜିନ୍ଦେଗି ନା ମିଲେଗି ଦୁବାରା ,ଜଗ୍ଗା ଜାସୁସ୍ ଇତ୍ୟାଦି। କାଟ୍ରିନା କୈଫ
ବଲିଉଡର ଲୋକପ୍ରିୟ ନାୟିକା କାଟ୍ରିନା କୈଫଙ୍କ ସୌଭାଗ୍ୟ ଯେ ଲଗାତର ତାଙ୍କ ଅଭିନୀତ ସିନେମା ହିଟ୍ ହେଉଛି । ଏଣେ ତାଙ୍କୁ ତିନି ସୁପର ଖାନ୍ ଅମୀର୍, ଶାହରୁଖ୍ ଓ ସଲମାନ୍ଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ବି ମିଳିଛି । ହେଲେ ଆପଣ ଜାଣନ୍ତିକି ସେ ତାଙ୍କ କ୍ୟାରିଅରରେ ମସ୍ତବଡ ଭୁଲ୍ କରିଛନ୍ତି କେତୋଟି ଫିଲ୍ମ ହାତଛଡ଼ା କରି, ଯେଉଁ ଫିଲ୍ମଗୁଡିକ ରିଲିଜ ପରେ ବ୍ଲକବଷ୍ଟର ହୋଇଥିଲା ।
କାଟ୍ରିନା କୈଫ୍ଙ୍କୁ ନିର୍ଦ୍ଦେଶକ ଅନୁରାଗ ବସୁ ‘ବର୍ଫି’ରେ ଶ୍ରୁତି ଘୋଷ ସେନଗୁପ୍ତା ଭୂମିକାଟି ଅଫର କରିଥିଲେ । କିନ୍ତୁ ସ୍କ୍ରିପ୍ଟ ପସନ୍ଦ ନହେବାରୁ ତାକୁ ହାତଛଡ଼ା କରିଥିଲେ । ପରେ ସେହି ଭୂମିକାରୁ ଇଲିଆନା ଡିକ୍ରୁଜ୍ ବଲିଉଡରେ ଏଣ୍ଟ୍ରି ନେଇଥିଲେ । ଠିକ୍ ସେହିପରି ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ‘ବାଜୀରାଓ ମସ୍ତାନୀ’ରେ ପ୍ରିୟଙ୍କା ଚୋପ୍ରା କରିଥିବା କାଶୀବାଇ ଭୂମିକାଟି ପ୍ରଥମେ ମିଳିଥିଲା କାଟ୍ରିନାଙ୍କୁ, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।
ଅପରପକ୍ଷରେ ନିର୍ଦ୍ଦେଶକ ରୋହିତ ସେଟ୍ଟି ସୁପରହିଟ୍ ଫିଲ୍ମ ‘ ଚେନ୍ନାଇ ଏକ୍ସପ୍ରେସ୍ ’ରେ ପ୍ରଥମେ ଶାହାରୁଖ୍ ଖାନଙ୍କ ଅପୋଜିଟ୍ରେ କାଟ୍ରିନା କୈଫ୍ଙ୍କୁ ନେବାକୁ ମନସ୍ଥ କରିଥିଲେ । କାଟ୍ରିନାଙ୍କୁ ଅଫର୍ ମଧ୍ୟ ମିଳିଥିଲା, କିନ୍ତୁ ସେ ରାଜି ହୋଇ ନଥିଲେ ।
ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ‘ୟେ ଜଓ୍ଵାନି ହେ ଦିଓ୍ଵାନି’ରେ ଦୀପିକା ପାଦୁକୋନଙ୍କ ପୂର୍ବରୁ କାଟ୍ରିନା କୈଫଙ୍କୁ ନୈନା ତଲଓ୍ଵାର ଭୂମିକାଟି ଅଫର କରିଥିଲେ, ହେଲେ କାଟ୍ରିନା ମନା କରିଥିଲେ । ଅଜୟ ଦେବଗନଙ୍କ ବିପକ୍ଷରେ ‘ ସିଙ୍ଘମ୍’ର କାତ୍ୟା ଭୋସଲେ ଚରିତ୍ରଟି ପାଇଁ ଅଫର୍ ଦିଆଯାଇଥିଲା କାଟ୍ରିନା କୈଫଙ୍କୁ, ମାତ୍ର ସେ ରାଜି ନ ହେବାରୁ କାଜଲ ଅଗ୍ରଓ୍ଵାଲଙ୍କୁ ନିଆଯାଇଥିଲା । ଠିକ୍ ସେହିପରି ‘ଗୁଣ୍ଡେ’ରେ ପ୍ରିୟଙ୍କା ଚୋପ୍ରା କରିଥିବା ଭୂମିକା ଲାଗି ପ୍ରଥମ ପସନ୍ଦ ଥିଲେ କାଟ୍ରିନା କୈଫ । ହେଲେ ସେ ରାଜି ହୋଇ ନଥିଲେ । ଏହି ସିନେମା ସାଇନ୍ ନ କରିବା ଫଳରେ ପରେ ଅନୁତାପ କରିଥିଲେ କାଟ୍ରିନା କୈଫ।