ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ବଲିଉଡ୍ର କେତେ ଜଣ ଡେଙ୍ଗା ନାୟିକାଙ୍କ ମଧ୍ୟରୁ ଅନ୍ୟତମ। ତେବେ ଅଭିନେତା ଆମୀର୍ ଖାନ୍ ଯେ ଜଣେ କମ୍ ଉଚ୍ଚତା ବିଶିଷ୍ଟ ନାୟକ ଏଥିରେ ସନ୍ଦେହ ନାହିଁ। ମାତ୍ର ନିକଟରେ କ୍ୟାଟ୍ ନିଜର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଏକ ଏପରି ଫଟୋ ପୋଷ୍ଟ୍ କରିଛନ୍ତି ଯାହା ଏବେ ବେଶ୍ ଚର୍ଚ୍ଚା ପାଲଟିଛି। ଫଟୋଟିରେ କ୍ୟାଟ୍ ଓ ଆମୀରଙ୍କ ବ୍ୟତୀତ ଅନ୍ୟ ଜଣେ ମଧ୍ୟ ଦେଖିବାକୁ ମିଳିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫଟୋଟିରେ ଆମୀର କ୍ୟାଟ୍ଙ୍କଠାରୁ ଡେଙ୍ଗା ଦିଶୁଛନ୍ତି।
/sambad/media/post_attachments/wp-content/uploads/2018/02/Aamir-khan-Katrina-Kaif-Dhoom-3377648-290x300.jpg)
ଏହି ଫଟୋଟିକୁ ନେଇ ଫ୍ୟାନ୍ମାନେ ନାନା ପ୍ରକାରର କମେଣ୍ଟ୍ ଦେଉଛନ୍ତି। କେହି କେହି ଲେଖିଛନ୍ତି, ଫଟୋଟି ଖୁବ୍ ସୁନ୍ଦର ମାତ୍ର ଆମୀର କ୍ୟାଟ୍ଙ୍କଠାରୁ କେବେ ଡେଙ୍ଗା ହୋଇଗଲେ? ପୁଣି କେହି ଲେଖିଛନ୍ତି କ’ଣ ଆମୀର କ୍ୟାଟ୍ଙ୍କ ଠାରୁ ଡେଙ୍ଗା ଦିଶିବା ପାଇଁ ସ୍ୟାଣ୍ଡେଲ୍ ପିନ୍ଧିଛନ୍ତି। ଆଉ ଜଣେ ଲେଖିଛନ୍ତି କ୍ୟାଟ୍ କ’ଣ ଆମୀର ସହ ମ୍ୟାଚ ହେବା ପାଇ ଏକ ଚୌକି ପକାଇ ବସିପଡ଼ିଛନ୍ତି କି? ଉଲ୍ଲେଖଯୋଗ୍ୟ, ଆମୀର ଖାନ୍ ଏବଂ କ୍ୟାଟ୍ରିନା କୈଫ୍ ‘ଧୁମ୍-୩’ ଚଳଚ୍ଚିତ୍ରରେ ଏକତ୍ର ଦେଖିବାକୁ ମିଳିଥିଲେ। ସେଥିରେ ତାଙ୍କର ଜବରଦସ୍ତ କେମେଷ୍ଟ୍ରି ଦର୍ଶକଙ୍କୁ ବିମୋହିତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/555_1517985697.jpg)