ରଣବୀର କପୁରଙ୍କ ମାଆଙ୍କୁ ଦେଖି ଲୁଚି ଚାଲି ଆସିଲେ ଏହି ଟପ୍ ବଲିଉଡ ନାୟିକା, ଜାଣନ୍ତୁ କାରଣ

ମୁମ୍ବାଇ : ବଲିଉଡର ଲୋକପ୍ରିୟ ନାୟିକା କାଟ୍ରିନା କୈଫ୍‌ ଓ ରଣବୀର କପୁରଙ୍କ ଭିତରେ ଥିଲା ନିବିଡ଼ ପ୍ରେମ ସଂପର୍କ। ସେ ଦୁହେଁ ରୋମାନ୍ସରେ ମାତିଥିଲେ। ଏପରିକି ବିଦେଶରେ ଯାଇ ସାଙ୍ଗ ହୋଇ ମଧ୍ୟ ସମୟ ବିତାଉଥିଲେ। ହେଲେ ସେ ଦୁହିଁଙ୍କର ହୋଇଥିଲା ବ୍ରେକ୍‌ଅପ୍‌।

କୁହାଯାଏ ଯେ କାଟ୍ରିନାରଙ୍କ ସହ ଆଫେଆର୍‌ ରଖିଥିବା ବେଳେ ରଣବୀର କପୁର ତାଙ୍କର ପୂର୍ବତନ ପ୍ରେମିକା ଦୀପିକା ପାଦୁକୋନ୍‌ଙ୍କୁ ଭୁଲି ପାରିନଥିଲେ। ଏହି କାରଣରୁ କାଟ୍ରିନା ରଣବୀରଙ୍କ ସାଥ୍‌ ଛାଡିଥିଲେ। ତେବେ ସେ ଯାହା ହେଉନା କାହିଁକି, ଏବେ ରଣବୀର ଓ କାଟ୍ରିନା ଆଉ ପ୍ରେମ ସଂପର୍କରେ ନାହାନ୍ତି।
ଏବେ ରଣବୀର କପୁର ଆଲିଆ ଭଟ୍ଟଙ୍କ ପ୍ରେମରେ ପଡ଼ିଛନ୍ତି। ଆଉ କାଟ୍ରିନା ଖୋଜୁଛନ୍ତି ନୂଆ ପ୍ରେମିକ।
ଏଭଳି ପରିସ୍ଥିତିରେ କାଟ୍ରିନା ରଣବୀର କିମ୍ବା ତାଙ୍କ ପରିବାର ର ଲୋକଙ୍କ ସଂପର୍କ ରଖିବାକୁ ବି ଚାହାଁନ୍ତି ନାହିଁ। କିନ୍ତୁ ନିକଟରେ କାଟ୍ରିନା କୈଫ୍‌ ଏକ ଅଜବ ପରିସ୍ଥିତି ଭିତରେ ଫସି ଯାଇଥିଲେ।


କାଟ୍ରିନା ଏକ ଲୋକପ୍ରିୟ ସ୍ପୋର୍ଟସ ବାର୍‌ରେ ସଲମାନ୍‌ ଖାନ୍‌ଙ୍କ ସହିତ ‘ଦବଙ୍ଗ ଟୁର୍‌’ରେ ଯିବା ପୂର୍ବରୁ ରିହର୍ସାଲ୍‌ କରିବା ପାଇଁ ଯାଇଥିଲେ। ସେଠାରେ ସେ ଲିଫ୍‌ଟରେ ଚଢିବାକୁ ଯାଉଥିଲେ, ହଠାତ୍‌ କାଟ୍ରିନା ଦେଖିଲେ ରଣବୀର କପୁରଙ୍କ ମାଆ ନୀତୁ କପୁର ସେହି ଆଡକୁ ଆସୁଛନ୍ତି। ନୀତୁଙ୍କ ସହିତ ତାଙ୍କର ବାନ୍ଧବୀ ରୀମା ଜୈନ୍‌ ଓ ଲାଲି ଧଓ୍ଵନ୍‌ ବି ଥିଲେ ସାଙ୍ଗରେ। ଏହା ଦେଖି କାଟ୍ରିନା ନୀତୁଙ୍କୁ ପଛକରି ସେ ସ୍ଥାନରୁ ଖସି ଆସିଥିଲେ। ନୀତୁ କାଟ୍ରିନାଙ୍କୁ ଦେଖି ନାହାନ୍ତି, କିନ୍ତୁ କାଟ୍ରିନା ନୀତୁଙ୍କୁ ଦେଖିଥିଲେ।

ସମ୍ବନ୍ଧିତ ଖବର