କ୍ୟାଟ୍ରିନାଙ୍କ ପକ୍ଷେ ବିବାହ କରି ମାଆ ହୋଇଯିବା ଭଲ ବୋଲି କହିଲେ ସଲମାନ

ମୁମ୍ବାଇ: ବଲିଉଡ୍‌ର ଦବଙ୍ଗ ବୟ ସଲମାନ ଖାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଭାରତ’ର ପ୍ରମୋସନ ନେଇ ବ୍ୟସ୍ତ ଅଛନ୍ତି। ‘ଭାରତ’ରେ ସଲମାନଙ୍କ ସହ ଅଭିନେତ୍ରୀ ଅଛନ୍ତି କ୍ୟାଟ୍ରିନ୍‌ କୈଫ୍‌। ଏକ ପ୍ରମୋସନାଲ୍‌ ଇଭେଣ୍ଟ୍‌ରେ ସଲମାନଙ୍କୁ କ୍ୟାଟ୍‌ଙ୍କ ଅଲଟରନେଟିଭ୍‌ କ୍ୟାରିୟର୍‌ ବିଷୟରେ ପଚରାଯିବାରୁ ସେ ଏକ ମଜାଦାର୍‌ ଉତ୍ତର ଦେଇଛନ୍ତି। ସେ କହିଛନ୍ତି କି ଭଲ ହେବ କ୍ୟାଟ୍ରିନ୍‌ ବିବାହ କରି ପିଲାର ମାଆ ବନନ୍ତୁ। ସଲମାନଙ୍କ ଏପରି ମଜାକ୍‌ରେ କ୍ୟାଟ୍‌ ଖୁସି ଥିବା ପରି ଜଣାପଡୁନଥିଲେ।

ସଲମାନଙ୍କ ଉତ୍ତରକୁ କାଟି କ୍ୟାଟ୍‌ ତାଙ୍କୁ ବୂଝାଇବା ଢଙ୍ଗରେ କହିଥିଲେ ଯେ ବୃତ୍ତି କହିଲେ ଡାକ୍ତର କିମ୍ବା ଇଞ୍ଜିିନିୟର ଏହିପରି କିଛି। ସଲମାନ ତାଙ୍କ ଯୁକ୍ତି ନ ବଦଳାଇ କହିଥିଲେ ଯେ ବିବାହ କରି ପିଲା ଜନ୍ମ ପାଳିବାକୁ ବି ବହୁତ ପରିଶ୍ରମ କରିବାକୁ ପଡ଼େ।

ଉଲ୍ଲେଖଯୋଗ୍ୟ, ଅତୀତରେ ପ୍ରେମୀ ଯୁଗଳ ଥିବା ସଲମାନ ଓ କ୍ୟାଟ୍‌ ନିକଟ ଭବିଷ୍ୟତରେ ଅଲ୍ଲୀ ଆବାସ ଜାଫରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଭାରତ’ ଜରିଆରେ ଦେଖିବାକୁ ମିଳିବେ।

ସମ୍ବନ୍ଧିତ ଖବର