ମୁମ୍ବାଇ: ବଲିଉଡ଼୍ର ହଟ୍ ହିରୋଇନ୍ କାଟ୍ରିନା କୈଫ୍ଙ୍କର ଅଭିନୟ କ୍ଷେତ୍ରରେ ପ୍ରାୟ ୧୫ ବର୍ଷ ହୋଇଗଲାଣି। ସେ ଅମିତାଭ ବଚ୍ଚନ ଷ୍ଟାରର୍ ମୁଭି ‘ବୁମ୍’ ଜରିଆରେ ବଲିଉଡ଼୍ରେ ପାଦ ଦେଇଥିଲେ। ଏହାପରେ ସେ ‘ମୈନେ ପ୍ୟାର୍ କିଉଁ କିୟା’,‘ପାର୍ଟନର’,‘ନମସ୍ତେ ଲଣ୍ଡନ୍’,‘ସିଂହ ଇଜ୍ କିଙ୍ଗ୍’,‘ଏକ୍ ଥା ଟାଇଗର’,‘ଧୂମ୍-ଟୁ’,‘ଜବ୍ ତକ୍ ହେ ଜାନ୍’,‘ଅଜବ ପ୍ରେମ୍ କି ଗଜବ କାହାନୀ’,‘ଜଗ୍ଗା ଜାସୁସ୍’,‘ବ୍ୟାଙ୍ଗ୍ ବ୍ୟାଙ୍ଗ୍’, ‘ୟେ ଜିନ୍ଦେଗି ନା ମିଲେଗି ଦୋବାରା’ ଓ ‘ଟାଇଗର ଜିନ୍ଦା ହେ’ ଭଳି ବହୁ ଲୋକପ୍ରିୟ ସିନେମାରେ ଅଭିନୟ କରି ସାରିଲେଣି।ଏବେ ତାଙ୍କର ନୂଆ ସିନେମା ‘ଜିରୋ’ ରିଲିଜ୍ ଅପେକ୍ଷାରେ ରହିଛି।
କାଟ୍ରିନା ଏବେ ଅଭିନୟ ବ୍ୟତୀତ ଅନ୍ୟ ଏକ କାମରେ ହାତ ଦେଇଛନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କାଟ୍ରିନା କୈଫ୍ କହିଛନ୍ତି ଯେ, ସେ ବଲିଉଡ଼୍ରେ ନିଜର ଯାତ୍ରା ସଂପର୍କରେ ଏକ ପୁସ୍ତକ ଲେଖିବାକୁ ଚାହାଁନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ,କାଟ୍ରିନା ଇତିମଧ୍ୟରେ ଏକ ବଡ଼ ପ୍ରକାଶନ ସଂସ୍ଥା ସହିତ ଏ ସଂପର୍କରେ କଥା ହୋଇ ସାରିଛନ୍ତି। ଆହୁରି ମଧ୍ୟ କୁହାଯାଉଛି ଯେ,ଏହି ପୁସ୍ତକର ନାଆଁ ରହିଛି ‘ବାର୍ବି ଡ୍ରିମ୍ସ’।
ଏହି ପୁସ୍ତକକୁ ଏକ ପ୍ରେରଣାଦାୟକ କାହାଣୀ ରୂପେ ପ୍ରସ୍ତୁତ କରାଯିବ, ଯେଉଁଥିରେ କାଟ୍ରିନାଙ୍କ ବ୍ୟକ୍ତିଗତ ଜୀବନୀକୁ ପ୍ରାଧାନ୍ୟ ଦିଆଯିବ। ଏହି ପୁସ୍ତକରେ ତାଙ୍କର କ୍ୟାରିଅର୍,ପିଲା ଦିନ ଓ ପ୍ରେମ ସଂପର୍କ ଆଦି ମଧ୍ୟ ସ୍ଥାନ ପାଇବ।