‘ଠଗ୍ସ ଅଫ ହିନ୍ଦୋସ୍ତାନ’ର ସୁଟିଂ ସେଟରୁ ଲିକ୍‌ ହେଲା ଏହି ଫଟୋ

ମୁମ୍ବାଇ: ଫିଲ୍ମ ଠଗସ ଅଫ ହିନ୍ଦୋସ୍ତାନର ସୁଟିଂରେ ବ୍ୟସ୍ତ । ଫିଲ୍ମରେ ଅଭିନେତ୍ରୀ କ୍ୟାଟ୍ରିନାଙ୍କ ନୂଆ ରୂପ ଦେଖିବାକୁ ମିଳିବ । ସୁଟିଂ ସେଟରୁ ଲିକ ହୋଇଥିବା କ୍ୟାଟ୍ରିନାଙ୍କ କିଛି ଫଟୋଗ୍ରାଫ୍ସ ହିଁ ବୟାନ କରୁଛି ଯେ, ଏହି ଅପକମିଂ ସିନେମାରେ କେତେ ଗର୍ଜିଅସ ନଜର ଆସିବେ କ୍ୟାଟ୍ରିନା ।
ନିଜ ଆଗାମୀ ଫିଲ୍ମ ଠଗ୍ସ ଅଫ ହିନ୍ଦୁସ୍ତାନରେ କ୍ୟାଟ୍ରିନାଙ୍କ ଲୁକ୍ସକୁ ନେଇ ବି-ଟାଉନରେ ଜବରଦସ୍ତ ଚର୍ଚ୍ଚା ହେବାରେ ଲାଗିଛି । ପୂର୍ବରୁ ଫିଲ୍ମର ସୁଟିଂ ସେଟରୁ ଅନେକ ଫଟୋ ଲିକ ହୋଇଛି । ଯେଉଁଥିରେ କ୍ୟାଟ୍ରିନାଙ୍କ ମନ ମୋହୁଥିବା ଅନ୍ଦାଜ ଦେଖିବାକୁ ମିଳିଛି । ଡ୍ୟାନ୍ସର କଷ୍ଟ୍ୟୁମ ସହ ଡ୍ୟାନ୍ସ ସିକ୍ୱେନ୍ସ ପାଇଁ ସୁଟ କରିବାରେ ନଜର ଆସିଥିଲେ କ୍ୟାଟ୍ରିନା । ଯାହା ପ୍ରଶଂସକଙ୍କ ଫିଲ୍ମ ଠଗସ ଅଫ ହିନ୍ଦୁସ୍ତାନ ପାଇଁ ବ୍ୟାକୁଳତା ବଢାଇ ଦେଇଥିଲା ।

photo-blogspot.com

କ୍ୟାଟ୍ରିନାଙ୍କ ଏହି ଲୁକ ସହ ଅମୀର ଖାନ ଓ ଅଭିନେତ୍ରୀ ଫାତିମା ସନା ଶେଖଙ୍କ ଡ୍ୟାନ୍ସ ସିକ୍ୱେନ୍ସର କିଛି ଫଟୋ ବି ହୋଇଥିଲା ଭାଇରାଲ । ହେଲେ ଏବେ ସୁଟିଂ ସେଟରୁ ଲିକ ହୋଇଛି କାଟ୍ରିନାଙ୍କ ଆଉ କିଛି ଫଟୋଗ୍ରାଫ୍ସ । ଯେଉଁଥିରେ ହାଫ ବ୍ରାଇଡାଲ କଷ୍ଟ୍ୟୁମରେ ନଜର ଆସିଛନ୍ତି କ୍ୟାଟ । ଓଜନିଆ ଏମ୍ବ୍ରୋଡରି କୁର୍ତା ସହ ମଥାରେ ସିଂଥି, କୁନ୍ଦନର ହାର ଆଉ ହାତରେ ଚୁଡା । ଆଉ ଏହା ସହ ଟ୍ରାକ ପ୍ୟାଣ୍ଟ ଓ ଚପଲ । ଏମିତି ଏକ ଭିନ୍ନ କଷ୍ଟ୍ୟୁମରେ କ୍ୟାଟଙ୍କୁ ଦେଖିବାକୁ ମିଳିଛି ସୁଟିଂ ସେଟରେ । ତେବେ କଣ ଏହି ଲୁକ ସହ ପରଦାରେ ବି ନଜର ଆସିବେ କ୍ୟାଟ୍ରିନା । ସେ କଥା ତ ସମୟ କହିବ ।ଫିଲ୍ମରେ ବିଗ ବି ଅମିତାଭ ବଚ୍ଚନ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ସମ୍ବନ୍ଧିତ ଖବର