ଭଉଣୀ ଇସାବେଲ୍‌ଙ୍କୁ ଏହି ଦୁଇଟି କଥା ଉପରେ ଧ୍ୟାନ ଦେବାକୁ ଉପଦେଶ ଦେଲେ କ୍ୟାଟ୍‌

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ବଲିଉଡ୍‌ ଦୁନିଆର ଏକ ଜଣାଶୁଣା ଚେହେରା। କ୍ୟାଟ୍‌ କେବେ ତାଙ୍କ ଅଭିନୟ ପାଇଁ, କେବେ ତାଙ୍କ ସୌନ୍ଦର୍ଯ୍ୟ ପାଇଁ , କେବେ ତାଙ୍କ ପୋଷାକ ପାଇଁ ତ ପୁଣି କେବେ ନିଜ ବିବାଦୀୟ ପ୍ରେମ କାହାଣୀ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଏଥର କିନ୍ତୁ ଚର୍ଚ୍ଚାର କାରଣ ତାଙ୍କ ଭଉଣୀ ଇସାବେଲ୍‌କୈଫ୍‌। ଇସାବେଲ୍‌ ଖୁବ୍‌ ଶୀଘ୍ର ବଲିଉଡ୍‌ରେ ପ୍ରବେଶ କରିବାକୁ ଯାଉଛନ୍ତି। ‘ଟାଇମ୍‌ ଟୁ ଡ୍ୟାନ୍ସ’ ଚଳଚ୍ଚିତ୍ର ଜରିଆରେ ଡେବ୍ୟୁ କରିବେ କ୍ୟାଟ୍‌ଙ୍କ ଭଉଣୀ।

 

ତେବେ ଚଳଚ୍ଚିତ୍ର ଦୁନିଆରେ ପ୍ରବେଶ କରିବା ପୂର୍ବରୁ କ୍ୟାଟ୍‌ ତାଙ୍କ ଭଉଣୀକୁ ଦୁଇଟି କଥା ଧ୍ୟାନରେ ରଖିବାକୁ ଯେଉଁ ଉପଦେଶ ଦେଇଛନ୍ତି ତାହାକୁ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଭଉଣୀ ଇସାବେଲ୍‌। ସେ କହିଛନ୍ତି କି ବଲିଉଡ୍‌ରେ ପ୍ରବେଶ କରିବା ପୂର୍ବରୁ ତାଙ୍କ ପାଇଁ ତାଙ୍କ ଭଉଣୀଙ୍କ ଉପଦେଶ ହେଲା ‘ମୁଣ୍ଡ ତଳକୁ ରଖିବା ଓ କଠିନ ପରିଶ୍ରମ କରିବା’। ଏହି ଦୁନିଆରେ ତିଷ୍ଠି ରହିବାକୁ ହେଲେ ତଳନତି ହୋଇ କାମ ଉପରେ ଧ୍ୟାନ ଦେବା ଜରୁରି ବୋଲି କ୍ୟାଟ୍‌ ତାଙ୍କ ସାନ ଭଉଣୀକୁ କହିଛନ୍ତି।

ସମ୍ବନ୍ଧିତ ଖବର