ଆଉ ଜଣେ ନୂଆ ନାୟକ ନିଶି। ବିଗ୍ ବଜେଟ୍ର ମ୍ୟୁଜିକ ଆଲବମ୍ କରି ଚର୍ଚ୍ଚାରେ ଅଛନ୍ତି। ଓଡ଼ିଆ ଆଲବମ୍ ‘କାଉ ଧାନ ଖାଇଲା ବୋଲି’ ଏବଂ ‘ସୋନି ଲୋ ହ୍ବାଟ୍ସଆପ୍ ତୋର’, ‘ପରୀ ରାଇଜର ରାଜକୁମାରୀ’ ଆଦିରେ ଅଭିନୟ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ନିଶି। ବିଶେଷକରି ଅଭିନେତ୍ରୀ ଶ୍ରଦ୍ଧାଙ୍କ ସହ ‘ତୁ ମୋର ଜରୁରୀ’ ଆଲବମ୍ରେ ଅଭିନୟ କରିଥିବା ନିଶି ଅନେକଙ୍କୁ ବିମୋହିତ କରିଛନ୍ତି।
ଆଗାମୀ ସପ୍ତାହରେ ମୁକ୍ତିଲାଭ କରିବାକୁ ଥିବା ଅମର ମ୍ୟୁଜିକ ପ୍ରସ୍ତୁତ ‘ତୁ ମାରିଦେଲୁ’ରେ ମଧ୍ୟ ଅଭିନୟ କରିଛନ୍ତି ନିଶି। ସେ ସବୁବେଳେ ଅଭିନୟର ଗୁଣାତ୍ମକ ମାନ ଉପରେ ଗୁରୁତ୍ବ ଦିଅନ୍ତି। ମ୍ୟୁଜିକ୍ ଭିଡିଓ ହେଉ କି ସିନେମା; ଦର୍ଶକଙ୍କୁ ଭିନ୍ନ ସ୍ବାଦ ଦେବା ପାଇଁ ସେ ପ୍ରୟାସ କରନ୍ତି। ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଚକ୍ଷୁ ବନ୍ଧନ’ରେ ଅତିଥି କଳାକାର ଭାବେ ନଜରକୁ ଆସିବେ ନିଶି। ତାଙ୍କ ପାଇଁ କିଛି ନୂଆ ସିନେମାର ଅଫର୍ ମଧ୍ୟ ରହିଛି, ସେଥିପାଇଁ ସେ ନିଜକୁ ପ୍ରସ୍ତୁତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/kau-dhana-khaila-boli-4.jpg)