ମୁମ୍ବାଇ: ଅଗଷ୍ଟ ୭ରୁ ସୋନି ଟିିଭିରେ ଆରମ୍ଭ ହୋଇଛିି କୌନ ବନେଗା କରୋଡପତି ସିଜିନ୍-୧୪। ଏହି ସିଜିନ ଆରମ୍ଭ ହେବା ପରଠାରୁ ଚର୍ଚ୍ଚାରେ ରହିଥିବା ବେଳେ ଏହାର ଉପସ୍ଥାପକ ତଥା ମହାନାୟକ ଅଭିତାଭ ବଚ୍ଚନଙ୍କ ସହ ଜଡ଼ିତ ଅନେକ ରୋଚକ କଥା ସୋ’ର ଟିଆରପିକୁୁ ଆକାଶ ଛୁଆଁ କରିଛି। ସୋ’ର ଏକ ଏପିସୋଡରେ ଅନେକ ଥର ସିଭିଲ ସର୍ଭିସ ପରୀକ୍ଷା ଦେଇ ଫେଲ୍ ହୋଇଥିବା କହିଛନ୍ତି ବିିଗ୍ ବି।
ସୋ’ର ନୂତନ ଅଧ୍ୟାୟର ଭିଡିଓ ସାମ୍ନାକୁ ଆସିଥିବା ବେଳେ ବିଗ୍ ବି ନିିଜ ସହ ଜଡ଼ିତ ଏହି ରୋଚକ କଥା ବିଷୟରେ ସମସ୍ତଙ୍କୁ କହୁଥିବାର ଦେଖାଯାଇଛି। ସୋ’କୁ ୨୭ବର୍ଷୀୟ ଉପଜିଲ୍ଲାପାଳ ସମ୍ପଦା ପ୍ରତିଯୋଗୀ ହୋଇ ଆସିଥିବା ବେଳେ ତାଙ୍କ ସହ କଥା ହେବା ସମୟରେ ବିଗ୍ ବିି ସିଭିଲ ସର୍ଭିସ ପରୀକ୍ଷା ଦେଇଥିବା ବିଷୟରେ କହିଥିଲେ। ସମ୍ପଦାଙ୍କ ସହିତ କଥାବାର୍ତ୍ତା ବେଳେ ବିଗ୍ ବି କହିଥିଲେ ଯେ ସେ ଅନେକ ଥର ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲେ। କିନ୍ତୁ ତାଙ୍କୁ ସଫଳତା ମିଳିନଥିଲା।
ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ଯେତେବେଳେ ସମ୍ପଦା ହଟ ସିଟରେ ପହଞ୍ଚି ସେ ମଧ୍ୟପ୍ରଦେଶର ଉପଜିଲ୍ଲାପାଳ ବୋଲି କହିଥିଲେ, ବିଗ୍ ବି ଖୁସି ହେବା ସହ ତାଙ୍କୁ କହିଥିଲେ, ଆପଣ ତ ସରକାର। ଏହା ଶୁଣି ସମ୍ପଦା କହିଥିଲେ ଯେ, ଆପଣ ହେଉଛନ୍ତି ସରକାର। ଏହା ଶୁଣି ବିଗ୍ ବି ସିଭିଲ ସର୍ଭିସ ପରୀକ୍ଷା ପାସ୍ କରିବା କେତେ କଷ୍ଟକର, ସେ ବିଷୟରେ କହିଥିଲେ।
ବିଗ୍ ବି କହିଥିଲେ ଯେ, କଲେଜ ପରେ ମୁଁ ଅନେକ ଥର ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲି। କିନ୍ତୁ ମୁଁ ପାସ୍ କରିପାରିଲି ନାହିଁ। ଏହା ପରେ ମୋତେ ଅଭିନୟ କରିବାକୁ ପଡ଼ିଲା। ଏଭଳି ଅନେକ ପିଲା ସଫଳତା ନପାଇବା ପରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଛାଡ଼ି ଦିଅନ୍ତି। ଏହା ଶୁଣି ସମ୍ପଦା କହିଥିଲେ, ମୋ ମା’ ମଧ୍ୟ ଅନେକ ଚେଷ୍ଟା କରି ସିଭିଲ ସର୍ଭିସ ପରୀକ୍ଷାରେ ପାସ୍ କରିପାରିନଥିଲେ। ହେଲେ ସେ ମୋତେ ପରୀକ୍ଷା ପ୍ରସ୍ତୁତିରେ ସାହାଯ୍ୟ କରିଥିଲେ।