କୌନ ବାନେଗା କୋରଡ଼ପତି ସିଜନ୍ ୧୪: ପ୍ରଥମ ଏପିସୋଡରେ ଅମିତାଭଙ୍କ ଏହି ପ୍ରଶ୍ନର ଉତ୍ତର ଦେଇପାରିଲେ ନାହିଁ ଅମୀର ଖାନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ କୌନ ବାନେଗା କୋରଡ଼ପତି ସିଜନ ୧୪ ଆରମ୍ଭ ହୋଇସାରିଛି । ପ୍ରଥମ ଏପିସୋଡରେ ବଲିଉଡ ଅଭିନେତା ଅମୀର ଖାନ ଅମିତାଭଙ୍କ ସାମ୍ନାରେ ହଟ ସିଟରେ ବସିଛନ୍ତି। ଅମୀର ନିଜର ଆଗାମୀ ଫିଲ୍ମ ‘ଲାଲ ସିଂ ଚଢ଼ା’ର ପ୍ରମୋସନ୍ ପାଇଁ ଏହି ସୋ’କୁ ଆସିଥିଲେ | କେବିସିର ପ୍ରଥମ ଏପିସୋଡ୍ ଖୁବ ଧମାକାଦାର ଥିଲା । ସୋ’ର ଗ୍ରାଣ୍ଡ ପ୍ରିମିୟରରେ ୭୫ତମ ସ୍ୱାଧୀନତା ଦିବସ ଅର୍ଥାତ୍ ଆଜାଦି କା ଅମୃତ ମହୋତ୍ସବ ମଧ୍ୟ ପାଳନ କରାଯାଇଥିଲା । ଏହି ସୋ’ରେ ଅନ୍ୟ କିଛି ସ୍ବତନ୍ତ୍ର ଅତିଥି ମଧ୍ୟ ଯୋଗ ଦେଇଥିଲେ।

କୌନ ବାନେଗା କୋରଡ଼ପତି ୧୪ରେ ଆମୀର ଖାନଙ୍କ ସହ ବକ୍ସର ମେରି କୋମ, କାର୍ଗିଲ ଯୁଦ୍ଧରେ ସାମିଲ ଥିବା ମେଜର ଡି.ପି. ସିଂ, ସେନା ପଦକ ପାଇଥିବା ପ୍ରଥମ ମହିଳା ଅଧିକାରୀ କର୍ଣ୍ଣେଲ ମିତାଲି ମଧୁମିତା, ଫୁଟବଲର୍ ସୁନୀଲ ଛେତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଅମୀର ଖାନଙ୍କ ସହ ମେଜର ଡିପି ସିଂ ଏବଂ ମିତାଲି ମଧୁମିତା ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ ସିଟରେ ବସିଥିଲେ । ଏହି ତିନିଜଣ ଏକାଠି ହୋଇ ଅନେକ କଠିକ ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ୫୦ ଲକ୍ଷ ପୁରସ୍କାର ଥିବା ପ୍ରଶ୍ନରେ ପହଞ୍ଚିଥିଲେ। କିନ୍ତୁ ସେମାନଙ୍କୁ ରାଜନୀତି ସହ ଜଡିତ ପ୍ରଶ୍ନ ଉପରେ ଏକ ଲାଇଫ୍ ଲାଇନ୍ ନେବାକୁ ପଡିଥିଲା।

୫୦ ଲକ୍ଷ ପାଇଁ ପ୍ରଶ୍ନ ଥିଲା- ଭାରତୀୟ ରାଷ୍ଟ୍ରପତିଙ୍କ ଏହି ଯୋଡି ମଧ୍ୟରୁ କେଉଁଟି ପରସ୍ପରକୁ ଭାରତରତ୍ନ ପ୍ରଦାନ କରିଛନ୍ତି?

କ) ଏସ ରାଧାକ୍ରିଷ୍ଣନ୍ – ଭିଭି ଗିରି

ଖ) ଭିଭି ଗିରି – ଜାହିର ହୁସେନ୍

ଗ) ଜାକିର ହୁସେନ୍ – ପ୍ରତୀଭା ପାଟିଲ୍

ଘ) ରାଜେନ୍ଦ୍ର ପ୍ରସାଦ- ଏସ୍ ରାଧାକୃଷ୍ଣନ୍ ।

କିନ୍ତୁ ସେମାନେ ଏହି ପ୍ରଶ୍ନର ଉତ୍ତର ଦେଇ ପାରି ନଥିଲେ । ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ରାଜେନ୍ଦ୍ର ପ୍ରସାଦ-ଏସ୍ ରାଧାକ୍ରିଷ୍ଣନ୍ । ୫୦-୫୦ଲାଇଫ୍ ଲାଇନ୍ ବ୍ୟବହାର କରି ସେମାନେ ସଠିକ୍ ଉତ୍ତର ଦେଇଥିଲେ ଏବଂ ୫୦ ଲକ୍ଷ ଟଙ୍କା ଜିତିଥିଲେ, ଯାହା ଆର୍ମି ସେଣ୍ଟ୍ରାଲ୍ ୱେଲଫେୟାରକୁ ଦାନ କରାଯାଇଥିଲା । ସୋ’କୁ ଆସିଥିବା ଅତିଥିମାନେ ନିଜର କିଛି ଆଶ୍ଚର୍ଯ୍ୟଜନକ ଅନୁଭୂତି ବାଣ୍ଟିଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ଏବଂ ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା ।

ସମ୍ବନ୍ଧିତ ଖବର