ନୂଆଦିଲ୍ଲୀ 'କୌନ ବନେଗା କରୋଡପତି ୧୬'ର ପ୍ରତ୍ୟେକ ପ୍ରତିଯୋଗୀ ଏକ ସ୍ୱପ୍ନ ନେଇ ଏହି ସୋ’କୁ ଆସିଥାଆନ୍ତି। ଏହି ସୋ’ର ସମ୍ପ୍ରତି ଅଧ୍ୟାୟରେ ଜଣେ ଇ-ରିକ୍ସା ଚାଳକ ୧୨.୫ ଲକ୍ଷ ଟଙ୍କା ଜିତିଥିବା ଖବର ମିଳିଛି। 

Advertisment

ମୁଜ୍ଜଫରନଗରରୁ ଆସିଥିବା ପାରସମଣି ୨୫ ଲକ୍ଷ ଟଙ୍କା ପ୍ରଶ୍ନରେ ଅଟକି ଯାଇଥିଲେ । ସେ ସୋ’ ଛାଡିବା ସମୟରେ ୧୨.୫ ଲକ୍ଷ ଟଙ୍କା ଜିତି ନିଜ ସହିତ ନେଇଯାଇଛନ୍ତି।

ଅମିତାଭ ବଚ୍ଚନଙ୍କ ସୋ 'କୌନ ବନେଗା କରୋଡ଼ପତି ୧୬'ର ଲେଟେଷ୍ଟ ଅଧ୍ୟାୟ ବହୁତ ଆକର୍ଷଣୀୟ ଥିଲା । ଏଥିର ମୁଜଫରନଗରର ଇ-ରିକ୍ସା ଚାଳକ ପାରସମଣି ସିଂ ହଟ ସିଟରେ ନଜର ଆସିଥିଲେ। ତାଙ୍କ ଖେଳ ଦେଖି କେବଳ ଜନସାଧାରଣ ନୁହଁନ୍ତି ଅମିତାଭ ବଚ୍ଚନ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ପାରସମଣି ଲାଇଫ୍ ଲାଇନ୍ ବ୍ୟବହାର କରି ଖେଳରେ ପ୍ରାୟ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜିତି ଯାଇଥିଲେ। କିନ୍ତୁ ୨୫ ଲକ୍ଷ ଟଙ୍କା ପ୍ରଶ୍ନ ତାଙ୍କର ପୁରା ଖେଳକୁ ଭାଙ୍ଗି ଦେଇଥିଲା।
ମୁଜଫରନଗରରୁ ଆସିଥିବା ଇ-ରିକ୍ସା ଚାଳକ କେବେ ‘କୌନ ବନେଗା କରୋଡ଼ ପତି‘ ସୋ’କୁ ଆସିବେ ଆଉ ଅମିତାଭ ବଚ୍ଚନଙ୍କ ସାମ୍ନାରେ ବସି ଖେଳିବେ ତାହା ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ। ଖେଳରେ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜିତିବା ପରେ ୨୫ଲକ୍ଷ ଟଙ୍କା ପ୍ରଶ୍ନର ଉତ୍ତର ଦେଇ ନପାରିବାରୁ ଇ-ରିକ୍ସା ଚାଳକ ସୋ’ରୁ ବାହାରି ଯାଇଥିଲେ।

ଅଧିକପଢ଼ନ୍ତୁ 'ଏମରଜେନ୍ସି ଟ୍ରେଲର ହଟାଅ', କଙ୍ଗନା ରାନାୱତଙ୍କୁ ମିଳିଲା ଆଇନଗତ ନୋଟିସ୍