ନୂଆଦିଲ୍ଲୀ: ଭାରତୀୟ ଟେଲିଭିଜନର ସବୁଠାରୁ ଲୋକପ୍ରିୟ କୁଇଜ୍ ସୋ' 'କୌନ୍ ବନେଗା କରୋଡପତି' ଇତି ମଧ୍ୟରେ ପ୍ରସାରଣର ୨୫ବର୍ଷ ପୂରା କରିଛି। ଏହି ବିଶେଷ ମୁହୂର୍ତ୍ତରେ ବଲିଉଡର ଶହେନଶାହ ଅମିତାଭ ବଚ୍ଚନ ଭାବପ୍ରବଣ ହୋଇଯାଇଛନ୍ତି।

Advertisment

ଜୁଲାଇ ୩ତାରିଖରେ ଅମିତାଭ 'କୌନ୍ ବନେଗା କରୋଡପତି' ସୋ’ର ଯାତ୍ରାକୁ ମନେ ପକାଇ ସୋସିଆଲ ମିଡିଆରେ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରି ତାଙ୍କ ପ୍ରଶଂସକମାନଙ୍କୁ ଏକ ଭାବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି।

ପୋଷ୍ଟରେ ଅମିତାଭ ଲେଖିଛନ୍ତି ଯେ - 'ଆଜି ୩ ଜୁଲାଇରେ, ଯେତେବେଳେ ମୁଁ ଏହି ବର୍ଷର କେବିସି ସିଜିନ୍ ପାଇଁ ପ୍ରସ୍ତୁତି କରୁଥିଲି, କେବିସି ଟିମ୍ ମୋତେ କହିଥିଲେ ଯେ ଏହି ସୋ'ଟି ପ୍ରଥମ ଥର ୨୦୦୦ ମସିହାରେ ଏହି ଦିନରେ ପ୍ରସାରିତ ହୋଇଥିଲା। ଅର୍ଥାତ ୨୫ ବର୍ଷ, କେବିସିର ଜୀବନ।'

‘କୌନ୍ ବନେଗା କରୋଡ଼ପତି’ ୨୦୦୦ମସିହା ଜୁଲାଇ ୩ରେ ଆରମ୍ଭ ହୋଇଥିଲା। ସେହି ସମୟରେ, ଏହି ସୋ’ ଭାରତର ସବୁଠାରୁ ବଡ଼ କୁଇଜ୍ ସୋ’ ଥିଲା, ଯାହା ଆଜି ମଧ୍ୟ ସାଧାରଣ ଲୋକଙ୍କୁ ସେମାନଙ୍କର ଜ୍ଞାନ ବଳରେ କୋଟିପତି ହେବାର ସ୍ୱପ୍ନ ପୂରଣ କରିବାର ସୁଯୋଗ ଦେଉଛି। 

ଏହି ସୋ’ରେ ଅମିତାଭଙ୍କ ଭାଷା ଫର୍ମାଟ୍ ହେଉ କିମ୍ବା ତାଙ୍କର ଜବରଦସ୍ତ ସଂଳାପ ପ୍ରତ୍ୟେକ ପ୍ରତିଯୋଗୀଙ୍କ ଜୀବନକୁ ବଦଳାଇ ଦେଇଛି। ବିଶେଷକରି ଅମିତାଭଙ୍କ ସଂଳାପ - 'ତୋ ଇସ୍ ଉତ୍ତର କୋ ଲକ୍ କିୟା ଜାଏକୁ ଅଧିକ ‌ଲୋକପ୍ରିୟତା ମିଳିଛି।

'କୌନ୍ ବନେଗା କରୋଡପତି' ସୋ ସୋନି ଲାଇଭ୍ ଚ୍ୟାନେଲରେ ପ୍ରସାରିତ ହେଉଛି। ଏହାକୁ ସୋନି ଆପରେ ମଧ୍ୟ ଦେଖିହେବ।