ଖୁବ୍ ଶୀଘ୍ର ଆସିବାକୁ ଯାଉଛି କୌନ୍ ବନେଗା କରୋଡପତି ସିଜିନ୍-୧୩
ମୁମ୍ବାଇ: କରୋନା ମହାମାରୀ ପାଇଁ ଲକଡାଉନ୍ ଏବଂ ସଟଡାଉନ୍ ଭିତରେ ଫିଲ୍ମ ଏବଂ ଟିଭି ସିରିଜ୍ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛି । ଆଉ ଏହାରି ଭିତରେ ଆପଣମାନଙ୍କ ପାଇଁ ଆସିଛି ଆଉ ଏକ ଖୁସିଖବର । ଖୁବଶୀଘ୍ର ଆପଣମାନଙ୍କ ମନୋରଞ୍ଜନକୁ ଦୁଇଗୁଣା କରିବା ପାଇଁ ବିଗ୍ ବି ଅମିତାଭ ବଚ୍ଚନଙ୍କ ଗେମ୍ ସୋ’ କୌନ ବନେଗା କରୋଡପତି ନିଜର ନୂଆ ସିଜିନ୍ ସହ ଆସୁଛି । ଏହି ସୋ’ ପାଇଁ ରେଜିଷ୍ଟ୍ରେସନର ତାରିଖ ମଧ୍ୟ ଘୋଷଣା କରାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଛୋଟ ପରଦାରେ ସଭିଙ୍କୁ ମାଲମାଲ୍ କରୁଥିବା ଲୋକପ୍ରିୟ ସୋ’ କୌନ ବନେଗା କରୋଡପତିର ସିଜିନ୍ ୧୩ ପୁଣି ଥରେ ଦର୍ଶକଙ୍କ ଲାଗି ପରଦାକୁ ଆସିବାକୁ ଯାଉଛି । ଉଠାନ୍ତୁ ଫୋନ୍, ଆଉ ହୋଇଯାଆନ୍ତୁ ପ୍ରସ୍ତୁତ । କାରଣ ମେ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି, କେବିସି-୧୩ର ରେଜିଷ୍ଟ୍ରେସନ୍ ।