ଅଭିନେତା କୌଶିକ୍‌ ସେନ୍‌ଙ୍କ ଦାବି: ଭିଡ଼ ହିଂସାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବାରୁ ମିଳୁଛି ହତ୍ୟା ଧମକ

ନୂଆଦିଲ୍ଲୀ : ଦେଶରେ ଭିଡ଼ ହିଂସା ବଢ଼ୁଥିବା ଦେଖି ଭାରତର ସେଲିବ୍ରିଟିମାନେ ଚିନ୍ତା ବ୍ୟକ୍ତ କରିବା ସହ ଏହାକୁ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠିି ଲେଖିଥିଲେ । ପାଖା ପାଖି ୪୯ଜଣ କଳାକାର, ନିର୍ଦ୍ଦେଶକ ଏବଂ ସାମାଜିକ କର୍ମୀମାନେ ମିଶି ଏହି ଚିଠି ମୋଦୀଙ୍କୁ ଲେଖିଥିଲେ । ୪୯ଜଣଙ୍କ ମଧ୍ୟରେ ଥିବା ଅଭିନେତା କୌଶିକ୍‌ ସେନ୍‌ ଏବେ ପଠାଇଥିବା ଚିଠିକୁ ନେଇ ଏକ ବଡ଼ ସମସ୍ୟାର ସାମ୍ନା କରିଛନ୍ତି । ଚିଠିରେ ତାଙ୍କର ହସ୍ତାକ୍ଷର ଥିବା ଦେଖି କିଛି ଦୁର୍ବୃତ୍ତ ଫୋନ ଯୋଗେ ତାଙ୍କୁ ହତ୍ୟା ଧମକ ଦେଉଥିବା ସେ ଦାବି କରିଛନ୍ତି ।

oneindia.com

ତାଙ୍କ କହିବା ଅନୁଯାୟୀ, ଗତକାଲି ମୋତେ ଏକ ଅଜ୍ଞାତ ନମ୍ବରରୁ ଫୋନ ଆସିବା ସହ ଚିଠି ଲେଖିବାର ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ । ଭିଡ଼ ହିଂସାକୁ ନେଇ ସ୍ୱର ଉଠାଇବା ବନ୍ଦ ନ କଲେ ତୁମକୁ ଜୀବନରୁ ମାରି ଦିଆଯିବ ବୋଲି ମୋତେ ଧମକ ଦିଆଯାଇଥିଲା । ସତ କହିବାକୁ ଗଲେ ଏଭଳି ଫୋନ କଲ ପାଇଁ ମୁଁ ଚିନ୍ତିତ ନୁହେଁ ବୋଲି କହିଛନ୍ତି କୌଶିକ୍‌ । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର