ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କବିତା କୌଶିକ୍‌ ୨ବର୍ଷ ତଳେ ନିଜର ପ୍ରେମିକ ରୋନିତ୍‌ ବିଶ୍ୱାସଙ୍କୁ ବିବାହ କରି ନେଇଥିଲେ । ତେବେ ବିବାହକୁ ୨ବର୍ଷ ହୋଇ ସାରିଥିବା ବେଳେ ସେ କେବେ ମା’ ହେବେ ଏବଂ କେବେ ନିଜ ପରିବାରକୁ ଆଗକୁ ବଢ଼ାଇବେ ସେ ପ୍ରଶ୍ନର ସାମ୍ନା କବିତା ଅନେକ ଥର କରି ସାରିଛନ୍ତି । କିନ୍ତୁ ଏବେ ସେ ଏହାର ଜବାବ ରଖି କେବେ ମା’ ହେବେ ନାହିଁ ବୋଲି କହିଛନ୍ତି ।

Advertisment

publive-image Hindustan Times

ହିନ୍ଦୁସ୍ତାନ ଟାଇମ୍ସକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ସେ କେବେ ମା’ ହେବେ ନାହିଁ ଏବଂ ଏହାର ନିଷ୍ପତ୍ତି ସେ ନିଜ ସ୍ୱାମୀଙ୍କ ସହ ମିଶି ନେଇଛନ୍ତି । ଯଦି ମୁଁ ୪୦ବର୍ଷ ବୟସରେ ମା’ ହେଉଛି ତେବେ ମୋ ସନ୍ତାନକୁ ୨୦ବର୍ଷ ହେବା ବେଳକୁ ଆମେ ବୃଦ୍ଧା ଅବସ୍ଥାରେ ପହଞ୍ଚି ଯାଇଥିବୁ। ମୁଁ ଚାହେଁନି ୨୦ବର୍ଷ ବୟସରୁ ସେ ଆମମାନଙ୍କର ଦାୟିତ୍ୱ ନେଉ।