ମୁମ୍ବାଇ : ଏବେ ‘କୌନ୍‌ ବନେଗା କରୋଡ଼ପତି’ର ସିଜିନ୍‌-୧୦ ଚାଲୁଥିବା ବେଳେ ୧୦ଟି ସିଜିନ୍‌ରେ ଏହି ସୋ’କୁ ଦର୍ଶକଙ୍କ ଢ଼େର ଭଲ ପାଇବା ମିଳିଛି । ଖାସ୍‌ କରି ସୋ’ରେ ବିଗ୍‌ ବିଙ୍କ ଉପସ୍ଥିତି ଏହି ସୋ’ର ଟିଆର୍‌ପିକୁ ଆହୁରି ବଢ଼ାଉଥିବା ଜଣା ପଡ଼ିଛି । ଏହି ସୋ’ ଜରିଆରେ ବିଗ୍‌ ବି ନିଜ ଜୀବନର ଅନେକ ଅଭୁଲା ସ୍ମୃତି ବିଷୟରେ ନିଜ ପ୍ରଶଂସକମାନଙ୍କୁ ଜଣାଉଥିବା ବେଳେ ଏବେ ଓଡ଼ିଶାରୁ ଯାଇଥିବା ଜଣେ ଯୁବକ ବିଗ୍‌ ବିଙ୍କ ୪୦ବର୍ଷ ପୁରୁଣା ରାଜ୍‌ ଖୋଲିଥିବା ଜଣା ପଡ଼ିଛି । ଗୁରୁବାର କେବିସିର ହଟ୍‌ ସିଟ୍‌ରେ ବସିବାର ସୌଭାଗ୍ୟ ଓଡ଼ିଶାର କୋରାପୁଟରେ ରହୁଥିବା ରବି କୁମାରଙ୍କୁ ମିଳିଥିଲା । କିନ୍ତୁ ଖେଳ ଆରମ୍ଭର କିଛି ସମୟ ପରେ ବିଗ୍‌ ବିଙ୍କୁ ତାଙ୍କ ୪୦ବର୍ଷ ପୁରୁଣା ରାଜ୍‌ କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ ରବି କୁମାର । ଯେଉଁ ରାଜ୍‌ ବିଷୟରେ ବିଗ୍‌ ବି କାହାକୁ ଜଣାଇବାକୁ ଚାହୁଁନଥିଲେ ସେହି ରାଜ୍‌ ବିଷୟରେ ସମସ୍ତଙ୍କୁ କହିଥିଲେ ରବି । ଏହି ରାଜ୍‌ ଜଣାଇବା ପାଇଁ ସେ ସୋ’ ଚାଲୁଥିବା ସମୟରେ ସମସ୍ତଙ୍କୁ ଏକ ଭିଡ଼ିଓ କ୍ଲିପ୍‌ ଦେଖାଇଥିଲେ । ଯାହା ଅମିତାଭ ବଚ୍ଚନଙ୍କ ସହ ଜଡ଼ିତ ଥିଲା ।

Advertisment

publive-image jansatta.com

ଭିଡ଼ିଓରେ ଏକ କମିକ୍ସ ବିଷୟରେ କୁହାଯାଇଥିଲା । ୮୦ ଦଶକରେ ସୁପ୍ରିମୋ ନାମକ ଏକ କମିକ୍ସ ପ୍ରକାଶିତ କରାଯାଇଥିଲା । ଏହି କମିକ୍ସରେ ଥିବା ସୁପ୍ରିମୋ ଚରିତ୍ରଟି ବିଗ୍‌ ବିଙ୍କୁ ନେଇ ତିଆରି କରାଯାଇଥିଲା ବୋଲି କହିଥିଲେ ରବି । ଯାହାକୁ ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ ଉପସ୍ଥିତ ଲୋକେ । ୪୦ବର୍ଷ ପୁରୁଣା ଏହି ରାଜ୍‌ ସମସ୍ତଙ୍କ ସାମ୍ନାକୁ ଆସିବା ପରେ ବିଗ୍‌ ବି ପମ୍ମି ବକ୍ସି ନାମକ ଜଣେ ସାମ୍ବାଦିକାଙ୍କ କଥା କହିଥିଲେ । ପମ୍ମି ବିଗ୍‌ ବିଙ୍କୁ ତାଙ୍କ ଉପରେ କମିକ୍ସ ତିଆରି ହେବା ଦରକାର ବୋଲି କହିଥିଲେ । ଯାହା ପରେ ତାଙ୍କ ଉପରେ ସୁପ୍ରିମୋ ନାମକ କମିକ୍ସ ତିଆରି କରାଯାଇଥିଲା ବୋଲି ବିଗ୍‌ ବି ସମସ୍ତଙ୍କୁ ଜଣାଇଥିଲେ ।