ଜାଣନ୍ତୁ କ’ଣ ପାଇଁ ନିଜର ଦାମୀ ଗାଡ଼ି ବିକ୍ରି କରି ମାରୁତି ୮୦୦ କିଣିଥିଲେ ବିଗ୍‌ ବି? କେବିସିରେ ବଖାଣିଲେ ପୂରା ଘଟଣା

ମୁମ୍ବାଇ : ପୂର୍ବରୁ ରିୟାଲିଟି ସୋ’ କୌନ୍‌ ବନେଗା କରୋଡ଼୍‍ପତିର ହୋଷ୍ଟ ବିଗ୍‌ ବି ଅମିତାଭ ବଚ୍ଚନ ସୋ’ ମଧ୍ୟରେ ନିଜ ଜୀବନର ଅନେକ ଅଭୁଲା ସ୍ମୃତି ବିଷୟରେ ଜଣାଇଛନ୍ତି । ଏସବୁ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ସେ ନିଜର ବଡ଼ ଗାଡ଼ି ବିକ୍ରି କରି ମାରୁତି ୮୦୦ କିଣିବା ପଛର କାରଣ ସମସ୍ତଙ୍କୁ ଜଣାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସୂଚନା ମୁତାବକ, ହଟ୍‌ ସିଟ୍‌ରେ ବସିଥିବା ପ୍ରତିଯୋଗୀଙ୍କୁ ମାରୁତି ସୁଜୁକିକୁ ନେଇ ଏକ ପ୍ରଶ୍ନ କରାଯାଇଥିଲା । ମାରୁତି ସୁଜୁକିର ପ୍ରଥମ ମଡ଼େଲ କ’ଣ ଥିଲା ବୋଲି ପ୍ରତିଯୋଗୀଙ୍କୁ ପ୍ରଶ୍ନ କରିବା ସମୟରେ ତାଙ୍କ ଆଖି ଆଗକୁ ଅତୀତରେ ଘଟିଥିବା ଏକ ଘଟଣା ଆସି ଯାଇଥିଲା ।

aajtak.intoday.in

ତାଙ୍କ କହିବା ଅନୁଯାୟୀ, ଛୋଟ ବେଳୁ ହିଁ ମୋତେ କାର୍‌ କିଣି ବୁଲିବାର ବହୁତ ଇଚ୍ଛା ରହିଥିଲା । ଯେତେବେଳେ ମୁଁ ହିରୋ ହେଲି ଏବଂ ମୋ ପାଖକୁ ଟଙ୍କା ଆସିଲା ମୁଁ ଅନେକ ବିଳାସପୂର୍ଣ୍ଣ ଗାଡ଼ି କିଣିଥିଲି । କିନ୍ତୁ ଗୋଟେ ସମୟରେ ଆମ ଘରର ଆର୍ଥିକ ପରିସ୍ଥିତି ବିଗିଡ଼ି ଯାଇଥିଲା । ଯାହା ପାଇଁ ମୋତେ ଗାଡ଼ି ବିକିବାକୁ ପଡ଼ିଥିଲା । କିନ୍ତୁ ଗାଡ଼ିରେ ବସିବାର ସଉକ ଥିବାରୁ ମୁଁ ବଡ଼ ବଡ଼ ଗାଡ଼ି ବିକି ମାରୁତି ୮୦୦ କିଣିଥିଲି ବୋଲି ବିଗ୍‌ ବି ସମସ୍ତଙ୍କୁ ଜଣାଇଥିଲେ ।

ସମ୍ବନ୍ଧିତ ଖବର