୨ଘଣ୍ଟା ପର୍ଯ୍ୟନ୍ତ ପରିଶ୍ରାକୁ କେମିତି ରୋକିବେ? ବିଗ୍‌ ବିଙ୍କ ପ୍ରଶ୍ନର ଏଭଳି ଉତ୍ତର ରଖିଲେ ପ୍ରତିଯୋଗୀ

ନୂଆଦିଲ୍ଲୀ : ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ଏକ ଖାସ୍‌ ଅଧ୍ୟାୟ ନେଇ ଆସିଥିଲା କୁଇଜ୍‌ ସୋ’ କୌନ୍‌ ବନେଗା କରୋଡପତି । ଏହି ଅଧ୍ୟାୟରେ ବିଭିନ୍ନ ମାଧ୍ୟମରେ ସମାଜସେବା କରୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ବିଗ୍‌ ବି ଜଣେ ସମାଜସେବୀଙ୍କୁ ଏକ ଅଜବ ପ୍ରଶ୍ନ କରିଥିଲେ । ବିନ୍ଦେଶ୍ୱର ପାଠକ ନାମକ ଜଣେ ପ୍ରତିଯୋଗୀଙ୍କୁ ବିଗ୍‌ ବି ପ୍ରଶ୍ନ କରିଥିଲେ, ଯଦି ଟ୍ରାଫିକରେ ଫସିଥିବା ସମୟରେ ଆମକୁ ରାସ୍ତାରେ ଜୋର୍‌ରେ ପରିଶ୍ରା ବା ଝାଡ଼ା ଲାଗେ, ତେବେ ଆମେ କେମିତି ଏହାକୁ ରୋକି ପାରିବା?

ଏହାର ଉତ୍ତର ରଖି ବିନ୍ଦେଶ୍ୱର କହିଥିଲେ, ଯଦି ଏଭଳି ସମସ୍ୟା ହୁଏ ତେବେ ପାଖରେ ଥିବା କଲମ ବା ପେନ୍‌ସିଲରେ ବା ନିଜ ନଖରେ ବାମ ହାତର କାଣି ଆଙ୍ଗୁଠିରୁ ଆରମ୍ଭ କରି ସବୁ ଆଙ୍ଗୁଠି ତଳେ ଥିବା ଗୋଲାକାର ଆକୃତିକୁ ଦବାଇବା ଆରମ୍ଭ କରନ୍ତୁ । ପ୍ରାୟ ୨-୩ମିନିଟ୍‌ ଏଭଳି କରିବା ପରେ ପରିଶ୍ରା ବା ଝାଡ଼ା ଲାଗିବା ବନ୍ଦ ହୋଇଯିବ । ବିନ୍ଦେଶ୍ୱରଙ୍କ ପାଖରୁ ଏଭଳି ବିଚାର ଶୁଣି ବିଗ୍‌ ବି ଖୁସି ହେବା ସହ ନିଜେ ମଧ୍ୟ ଏହି ବାଟ ଆପଣାଇବେ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର