କେବିସିରେ ୧୨ ଲକ୍ଷ ଟଙ୍କା ପାଇଁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ ଏକ୍ସପର୍ଟ, ଜାଣନ୍ତୁ ପ୍ରଶ୍ନଟି କ’ଣ ଥିଲା ?

ମୁମ୍ବାଇ : ଟିଆର୍‌ପିର ଟପ୍‌-୧୦ ସୂଚୀରେ ରହିଛି କୁଇଜ୍‌ ସୋ’ କୌନ୍‌ ବନେଗା କରୋଡପତି ସିଜିନ୍‌-୧୧ । ସୋ’ରେ ପ୍ରତିଯୋଗୀ ଓ ଅମିତାଭ ବଚ୍ଚନଙ୍କ ମଧ୍ୟରେ ହେଉଥିବା ପ୍ରଶ୍ନ-ଉତ୍ତରର କାର୍ଯ୍ୟକ୍ରମ ଓ ବିଭିନ୍ନ ବ୍ୟକ୍ତିଗତ କଥାକୁ ନେଇ ଆଲୋଚନା ସୋ’କୁ ଚର୍ଚ୍ଚିତ କରୁଛି । ସୋ’ରେ ପ୍ରତିଯୋଗୀମାନେ ପ୍ରଶ୍ନର ଉତ୍ତର ଦେଇ ନ ପାରିଲେ ତାଙ୍କ ପାଇଁ ଲାଇଫ୍‌ଲାଇନ୍‌ର ବ୍ୟବସ୍ଥା କରାଯାଇଛି । ଯାହାକୁ ବ୍ୟବହାର କରି ପ୍ରତିଯୋଗୀମାନେ ପ୍ରଶ୍ନର ଉତ୍ତର ସହଜରେ ଦେଇ ପାରିଥାନ୍ତି । ସେ ମଧ୍ୟରୁ ଗୋଟେ ହେଉଛି ଆସ୍କ ଦ ଏକ୍ସପର୍ଟ ବା ବିଶେଷଜ୍ଞଙ୍କୁ ପଚାର । କିନ୍ତୁ ଶୁକ୍ରବାର ଛତିଶଗଡ଼ର ଜଣେ ପ୍ରତିଯୋଗୀ ଆସ୍କ ଦ ଏକ୍ସପର୍ଟ ଲାଇଫ୍‌ଲାଇନ୍‌ ନେଇ ଭୁଲ କରିଥିବା ଦେଖାଯାଇଛି ।

ସୂଚନା ମୁତାବକ, ଶୁକ୍ରବାର ଛତିଶଗଡ଼ର ଜାଲିମ ସାଇ ହଟ୍‌ ସିଟ୍‌ରେ ବସିଥିଲେ । ପ୍ରଥମ ୭ଟି ପ୍ରଶ୍ନର ଉତ୍ତର ସେ ଠିକ୍‌ ଦେଇଥିବା ବେଳେ ୮ମ ପ୍ରଶ୍ନରେ ସେ ଅଟକି ଯାଇଥିଲେ । ପ୍ରଶ୍ନର ଉତ୍ତର ଜାଣି ନଥିବାରୁ ସେ ପ୍ରଶ୍ନକୁ ବଦଳାଇବାର ବିକଳ୍ପ ବାଛିଥିଲେ । ପରେ ନୂଆ ପ୍ରଶ୍ନର ଉତ୍ତର ମଧ୍ୟ ନ ଦେଇ ପାରିବାରୁ ସେ ଅସ୍କ ଦ ଏକ୍ସପର୍ଟ ଲାଇଫ୍‌ଲାଇନ୍‌ ବାଛିଥିଲେ । କିନ୍ତୁ ଏକ୍ସପର୍ଟଙ୍କୁ ମଧ୍ୟ ଏହି ପ୍ରଶ୍ନର ଉତ୍ତର ଜଣା ନଥିଲା । ସେ ଜାଲିମଙ୍କୁ ସୋ’ ଛାଡ଼ିବାକୁ କହିବା ସହ ଜାଲିମ ୬ଲକ୍ଷ ୪୦ହଜାର ଟଙ୍କା ନେଇ ଘରକୁ ଯାଇଥିଲେ ।

Image result for kbc-11-expert-failed-to-answer-this-12-lakh-rupees-question-amitabh-bachchan
The Indian Express

ତେବେ ପ୍ରଶ୍ନଟି ଥିଲା କି, କେଉଁ ଗୀତିକାରଙ୍କ ନାଁରେ ସବୁଠାରୁ ଅଧିକ ଗୀତ ଲେଖିବା ନେଇ ଗିନିଜ୍‌ ଓ୍ଵାଲର୍ଡ ରେକର୍ଡ ରହିଛି? ବିକଳ୍ପ ଥିଲା, ଗୁଲଜାର, ଜଭେଦ ଅଖ୍‌ତାର, ସୀମର ଓ ଅଞ୍ଜାନ। ଏହି ପ୍ରଶ୍ନର ସଠିକ୍‌ ଉତ୍ତର ଥିଲା ସମୀର ।

ସମ୍ବନ୍ଧିତ ଖବର