କେବିସି-୧୧: ୧୫ବର୍ଷ ବୟସରେ ୮ଜଣ କରିଥିଲେ ଦୁଷ୍କର୍ମ, ତା’ ପରେ ପ୍ରତିଯୋଗୀ କରିଥିବା କାମ ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହେଲେ ବିଗ୍‌ ବି

ନୂଆଦିଲ୍ଲୀ : ଏବେ ଚର୍ଚ୍ଚାରେ ରହିଛି ସୋନି ଟିଭିରେ ପ୍ରସାରିତ ହେଉଥିବା କୁଇଜ୍‌ ସୋ’ କୌନ୍‌ ବନେଗା କରୋଡପତି । ଚାଲୁଥିବା ସିଜିନ୍‌-୧୧କୁ ଆସୁଥିବା ପ୍ରତିଯୋଗୀଙ୍କ ବ୍ୟକ୍ତିଗତ କାହାଣୀ ପାଇଁ ସୋ’ର ଟିଆର୍‌ପି ସବୁଠୁ ଉପରେ ରହିଛି । ପୂର୍ବରୁ ଅନେକଙ୍କ କାହାଣୀ ସାମ୍ନାକୁ ଆସି ସାରିଥିବା ବେଳେ ସମାଜସେବୀ ସୁନୀତା କୃଷ୍ଣନଙ୍କ କାହାଣୀ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ସୋ’ର କର୍ମବୀର ସ୍ୱତନ୍ତ୍ର ଅଧ୍ୟାୟରେ ପହଞ୍ଚିଥିଲେ ସୁନୀତା କୃଷ୍ଣନ । ସେଠାରେ ସେ ନିଜ ଜୀବନରେ ସାମ୍ନା କରିଥିବା ଘଟଣାବଳିକୁ ସମସ୍ତଙ୍କ ଆଗରେ ରଖିଥିଲେ । ତାଙ୍କ କହିବା ଅନୁଯାୟୀ, ମୁଁ ୧୫ବର୍ଷର ହୋଇଥିବା ବେଳେ ୮ଜଣ ଲୋକ ମୋ ସହ ଦୁଷ୍କର୍ମ କରିଥିଲେ । ମୋ ଉପରେ ଏ ନେଇ ୧୭ଥର ଆକ୍ରମଣ କରାଯାଇଥିଲା । ମରିବା ଏକ ବଡ଼ କଥା ନୁହେଁ । ଯେ ପର୍ଯ୍ୟନ୍ତ ମୋ ନିଶ୍ୱାସ ଚାଲିଛି ସେ ପର୍ଯ୍ୟନ୍ତ ମୋ ଭଳି ଘଟଣାର ଶିକାର ହେଉଥିବା ମହିଳା ଓ ଦେହ ବ୍ୟବସାୟକୁ ଠେଲି ଦିଆଯାଉଥିବା ମହିଳାଙ୍କୁ ଉଦ୍ଧାର କରିବା ପାଇଁ ମୁଁ ବଞ୍ଚିଛି । ଏ ପର୍ଯ୍ୟନ୍ତ ମୁଁ ୨୨,୦୦୦ରୁ ଅଧିକ ମହିଳାଙ୍କୁ ଯୌନ ଚାଲାଣରୁ ମୁକ୍ତ କରିଛି । ସୁନୀତାଙ୍କ କାହାଣୀ ଶୁଣିବା ପରେ ବିଗ୍‌ ବିଙ୍କ ସମତେ ଉପସ୍ଥିତ ଦର୍ଶକଙ୍କ ଆଖିରେ ଲୁହ ଆସି ଯାଇଥିଲା ।

ସମ୍ବନ୍ଧିତ ଖବର