‌କେବିସି ପଂଜୀକରଣ ଆରମ୍ଭ, ପ୍ରଥମ ପ୍ରଶ୍ନ- ଚାଇନାର କେଉଁଠି ପ୍ରଥମେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା

ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୌନ ବନେଗା କରୋଡ଼ପତି (କେବିସି) ସିଜିନ୍‌-୧୨ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ‘ସୋନି’ ଚ୍ୟାନେଲ୍‌ରେ ପ୍ରସାରିତ ସୁପର ଡ୍ୟାନ୍ସ ଚାପ୍ଟର ୩ କାର୍ଯ୍ୟକ୍ରମରେ ଶନିବାର ପଞ୍ଜୀକରଣ ପାଇଁ ପ୍ରଶ୍ନ ପଚରାଯାଇଛି। ପ୍ରଥମ ପ୍ରଶ୍ନ ରହିଛି, ଚାଇନାର କେଉଁଠି ପ୍ରଥମେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। କେବିସି ପ୍ରିୟ ଦର୍ଶକମାନେ ନିଜର ଉତ୍ତର ୫୦୯୦୯୩କୁ ପଠାଇ ପାରିବେ ନଚେତ KBC (ସ୍ପେସ୍‌) ଦେଇ ଉତ୍ତର ଏ, ବି, ସି, ଡି ମଧ୍ୟରୁ ଗୋଟିଏ ଦେଇପାରିବେ। ସୋନି ଲାଇଭ୍‌ ଆପ୍‌ ଜରିଆରେ ମଧ୍ୟ ଆବେଦନକାରୀମାନେ ପଂଜୀକରଣ କରିପାରିବେ। ସେମାନଙ୍କୁ ଏଥିପାଇଁ ଆପ୍‌ରେ କେବିସି ଲିଙ୍କ୍‌ ଖୋଲିବାକୁ ପଡ଼ିବ। ପ୍ରତ୍ୟେକ ଦିନ ରାତି ୯ଟାରେ ସୋନି ଟିଭିରେ ମେ’ ୨୨ତାରିଖ ପର୍ଯ୍ୟନ୍ତ ଗୋଟେ ଲେଖାଏଁ ପ୍ରଶ୍ନ ପଚରାଯିବ। ସଂପ୍ରତି ଲକ୍‌ଡାଉନ୍‌ ପାଇଁ ସମସ୍ତ ସୁଟିଂ ବନ୍ଦ ଥିବାରୁ ବିଗ୍‌ ବି’ଙ୍କ ମୁମ୍ବାଇସ୍ଥିତ ବାସଭବନରୁ ଏହାର ସୁଟିଂ କରାଯାଇଛି।

ସମ୍ବନ୍ଧିତ ଖବର