ମୁମ୍ବାଇ: ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ଦ୍ବାରା ହୋଷ୍ଟିଂ ହେଉଥିବା ସୋ’ ‘କୌନ୍‌ ବନେଗା କରୋଡପତି’ ପାଇଁ ପଞ୍ଜିକରଣ ଆରମ୍ଭ ହୋଇଯାଇଛି। ସୋ’ର ହୋଷ୍ଟ୍‌ ବିଗ୍‌ ବି ମେ ୧୬ ତାରିଖରେ ପଞ୍ଜିକରଣ ପାଇଁ ସପ୍ତମ ପ୍ରଶ୍ନ ପଚାରି ସାରିଛନ୍ତି। ଯେଉଁମାନେ ନିଜକୁ ସୋ’ରେ ପଞ୍ଜିକୃତ କରାଇବାକୁ ଚାହାନ୍ତି ସେମାନେ ଏହି ପ୍ରଶ୍ନର ଉତ୍ତର ଦେଇ କେବିସିରେ ଭାଗ ନେବାକୁ ନାମ ପଞ୍ଜିକରଣ କରିପାରିବେ। ମେ ୨୦ ତାରିଖ ମଧ୍ୟରେ ଏହି ପ୍ରଶ୍ନର ଉତ୍ତର ଦେଇ ପଞ୍ଜିକରଣ କରାଇ ହେବ।

Advertisment

ବିଗ୍‌ ବି ପଚାରିଥିବା ପ୍ରଶ୍ନଟି ହେଉଛି, ‘କେଉଁ ରାଜ୍ୟରେ ‘ରାୱତ’ ସଂଜ୍ଞାର କ୍ରମା‌ଗତ ଭାବେ ୩ ଜଣ ମୁଖ୍ୟମନ୍ତ୍ରୀ ହୋଇଛନ୍ତି?’ ଯାହାର ଉତ୍ତର ହେଉଛି, ‘ଉତ୍ତରଖଣ୍ଡ’। ଆପଣ ଜାଣିଥିବେ ନିଶ୍ଚୟ ଯେ ଏବେ ଉତ୍ତରଖଣ୍ଡର ମୁଖ୍ୟମନ୍ତ୍ରୀ ଅଛନ୍ତି ତିରଥ ସିଂହ ରାୱତ। ତାଙ୍କ ପୂର୍ବରୁ ଥିଲେ ତ୍ରିବେନ୍ଦ୍ର ସିଂହ ରାୱତ ଓ ତ୍ରିବେନ୍ଦ୍ରଙ୍କ ପୂର୍ବରୁ ଉତ୍ତରଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ ହରିସ ରାୱତ।