ମୁମ୍ବାଇ: କେବିସି-୧୪ରେ ବିଗ୍ ବିଙ୍କ ଖୁଲାସା। ଗତ କିଛି ବର୍ଷ ମଧ୍ୟରେ ଅନେକ କଳାକାରଙ୍କ ପୁଅ-ଝିଅ ବଲିଉଡରେ ପ୍ରବେଶ କରିଥିବା ବେଳେ କେବଳ ଜଣେ ହିଁ ବିଗ୍ ବି ଅମିତାଭ ବଚ୍ଚନଙ୍କ ମନ କିଣିପାରିଥିବା ଜଣାପଡ଼ିଛି। କେଉଁ ଷ୍ଟାରକିଡ ନିଜ ଅଭିନୟ ଜରିଆରେ ବିଗ୍ ବିଙ୍କ ମନ କିଣିଛନ୍ତି, ତାହା ଡିସେମ୍ବର ୧୬ରେ କୌନ ବନେଗା କରୋଡପତି-୧୪ର ପ୍ରସାରିତ ହୋଇଥିବା ଅଧ୍ୟାୟରେ ଜଣାଇଛନ୍ତି ଅମିତାଭ ବଚ୍ଚନ।

Advertisment

publive-image indiatoday

ଡିସେମ୍ବର ୧୬ରେ ପ୍ରସାରିତ ହୋଇଥିବା ଅଧ୍ୟାୟରେ ଉପସ୍ଥାପକ ଅମିତାଭ ବଚ୍ଚନ ଫାଷ୍ଟେଷ୍ଟ ଫିଙ୍ଗର ଫାଷ୍ଟ ଖେଳି ଅଧ୍ୟାୟ ଆରମ୍ଭ କରିଥିଲେ। ଏହାକୁ ଗୁଜରାଟର ସୁରଟରୁ ଆସିଥିବା ଶିକ୍ଷକ ବୈଭବୀ ଭାରତଭାଇ ପଦୋଦ୍ରା ଜିତିଥିଲେ। ସେ ବିଗ୍ ବିଙ୍କ ସହ ହଟ୍ ସିଟ୍ ଉପରେ ବସିବା ପରେ ଭାବପ୍ରବଣ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ପରେ ପ୍ରଶ୍ନ ଉତ୍ତର ଖେଳ ଆରମ୍ଭ ହୋଇଥିଲା। ତା’ପରେ, ୨୦,୦୦୦ଟଙ୍କା ଜିତିବା ପାଇଁ ବିଗ୍ ବି ବୈଭବୀଙ୍କୁ ପ୍ରଶ୍ନ ପଚାରିଥିଲେ। ବିଗ୍ ବି ଏକ ଲୋକପ୍ରିୟ ବଲିଉଡ ଫିଲ୍ମର ଗୀତ ବଜାଇ ଏହି ଗୀତଟି କେଉଁ ଫିଲ୍ମର ବୋଲି ଚିହ୍ନିବାକୁ କହିଥିଲେ। ବୈଭବୀ ସଠିକ୍ ବିକଳ୍ପ ବାଛି ଗୀତଟି ଗଙ୍ଗୁବାଇ କାଠିଆୱାଡିର ବୋଲି କହିଥିଲେ। ଏହା ପରେ ଆଲିଆ ଭଟ୍ଟଙ୍କୁ ମୁଁ ବହୁତ ପସନ୍ଦ କରେ ବୋଲି କହିଥିଲେ ବୈଭବୀ। ଏହା ଶୁଣି ବିଗ୍ ବି କହିଥିଲେ, ସେ ସମସ୍ତଙ୍କର ପ୍ରିୟ, ମୋର ବି ପ୍ରିୟ। ତାଙ୍କ ଅଭିନୟ ପାଇଁ ‌ସେ ଆଜି ଲୋକପ୍ରିୟ ହୋଇଛନ୍ତି।