କେବିସି ଲଟେରି ଠକେଇ: ୧୦୦ରୁ ଅଧିକ ଲୋକଙ୍କୁ ଠକିବା ଅଭିଯୋଗରେ ଦିଲ୍ଲୀରୁ ୨ ଗିରଫ

ନୂଆଦିଲ୍ଲୀ: ‘କୌନ ବନେଗା କରୋଡ଼ପତି’ (କେବିସି) ଲଟେରି ପୁରସ୍କାର ଭାବେ ୨୫ ଲକ୍ଷ ଟଙ୍କା ଦେବା ବାହାନାରେ ୧୦୦ରୁ ଅଧିକ ଲୋକଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ବୋଲି ମଙ୍ଗଳବାର ଦିନ ପୁଲିସ କହିଛି।

ଗିରଫ ଅଭିଯୁକ୍ତମାନେ ହେଲେ ବିହାରର ଭୋଜପୁର ଜିଲ୍ଲାର ବାସିନ୍ଦା ପ୍ରଣବ କୁମାର ମିଶ୍ର (୨୩) ଏବଂ ଝାଡ଼ଖଣ୍ଡର ଗିରିଡ଼ିହ ଜିଲ୍ଲାର ବାସିନ୍ଦା ଗୌତମ ପ୍ରସାଦ ଯାଦବ (୨୯) ବୋଲି ପୁଲିସ ସୂତ୍ରରୁ ଜାଣିବାକୁ ମିଳିଛି। ଦୁହେଁ ପୂର୍ବରୁ ହରିୟାଣାରେ ଏକ ସମାନ ଠକେଇ ମାମଲାରେ ଜଡ଼ିିତ ଥିଲେ।
ନିକଟରେ ଏ ଦୁହେଁ ଦିଲ୍ଲୀ ଆସିବା ପରେ ୱାଜିରାବାଦ ଅଞ୍ଚଳରେ ସମାନ ଢଙ୍ଗରେ ଠକେଇ କରିବା ପାଇଁ ଉଦ୍ୟମ ଆରମ୍ଭ କରି ଦେଇଥିଲେ ଏବଂ ଗତ ନଅ ମାସ ମଧ୍ୟରେ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କୁ ପ୍ରତାରଣା କରିଥିଲେ ବୋଲି ପୁଲିସ କହିଛି।

ପୁଲିସ ସୂଚନା ଅନୁଯାୟୀ, ୱାଜିରପୁର ଅଞ୍ଚଳର ଜଣେ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ମାର୍ଚ୍ଚ ୪ ରେ ତାଙ୍କ ପତ୍ନୀ ଏକ ଅଜ୍ଞାତ ନମ୍ବରରୁ ଏକ ଅଡିଓ ରେକର୍ଡିଂ ସହିତ ହ୍ଵାଟସଆପ୍‌ ବାର୍ତ୍ତା ପାଇଥିଲେ ଯେଉଁଥିରେ ତାଙ୍କୁ ସୂଚୀତ କରା ଯାଇଥିଲା ଯେ ତାଙ୍କ ମୋବାଇଲ୍‌ ନମ୍ବରକୁ ୨୫ ଲକ୍ଷ ଟଙ୍କା କେବିସି ଲଟେରି ପୁରସ୍କାର ପାଇଁ ଭାବରେ ଚୟନ କରାଯାଇଛି।

ନିଜ ଅଭିଯୋଗରେ ମହିଳା ଜଣକ କହିଛନ୍ତି ଯେ ଅଭିଯୁକ୍ତ ତାଙ୍କ ଆକାଉଣ୍ଟ ନମ୍ବର, ଆଧାର ନମ୍ବର ଏବଂ ପାସପୋର୍ଟ ଆକାରର ଫଟୋପଠାଇବାକୁ କହିଥିଲେ। ପରଦିନ, ସେମାନେ ତାଙ୍କୁ ଡାକି ସରକାରୀ ଟିକସ ଭାବରେ ୧୦,୨୦୦ ଏବଂ ୨,୦୦୦ ଟଙ୍କା ଦେବାକୁ କହିଥିଲେ ଯାହା ଦ୍ୱାରା ସେ ଲଟେରି ପୁରସ୍କାର ପାଇପାରିବେ। ମହିଳା ଜଣକ ଏକ ଏସବିଆଇ ଆକାଉଣ୍ଟକୁ ୧୨,୨୦୦ ଟଙ୍କା ସ୍ଥାନାନ୍ତର କରିଥିଲେ।

ଏହା ପରେ ଅଭିଯୁକ୍ତ ତାଙ୍କୁ ପୁଣି ଥରେ କିଛି ସରକାରୀ ଟିକସ ମଞ୍ଜୁରି ପାଇଁ ଆଉ ୨୫,୦୦୦ ଟଙ୍କା ସ୍ଥାନାନ୍ତର କରିବାକୁ କହିଥିଲେ। ତା’ପରେ ସେ ହୃଦୟଙ୍ଗମ କରିଥିଲେ ଯେ କେବିସି ଲଟେରିି ନାମରେ ତାଙ୍କୁ ଠକେଇ କରାଯାଉଛି।

ସମ୍ବନ୍ଧିତ ଖବର