ଉତ୍ତରାଖଣ୍ଡରେ ରୋକ୍ ଲାଗିବାପରେ ବି ଭଲ ଆୟ କରୁଛି ‘କେଦାରନାଥ’

ମୁମ୍ବାଇ: ବଲିଉଡର ଛୋଟେ ନବାବ୍‌ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ କନ୍ୟା ସାରା ଅଲ୍ଲୀ ଖାନଙ୍କର ଡେବ୍ୟୁ ସିନେମା ‘କେଦାରନାଥ’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି।ଏଥିରେ ସୁଶାନ୍ତ ସିଂହ ରାଜପୁତଙ୍କୁ ସାରା ଅଲ୍ଲୀ ଖାନଙ୍କ ବିପକ୍ଷରେ ନାୟକ ଭାବେ ଦେଖିବାକୁ ମିଳିଛି। ଫିଲ୍ମରେ ସାରାଙ୍କ ଅଭିନୟ ଭଲ ହୋଇଛି। ଏହି ସିନେମା ଉତ୍ତରାଖଣ୍ଡରେ ବ୍ୟାନ୍‌ ହେବା ପରେ ବି ଭଲ ଆୟ କରିଛି। ଏହା ପ୍ରଥମ ଦିନ ୭.୨୫ କୋଟି କଲେକ୍ସନ୍‌ କରିଥିଲା। ଏହା ତିନି ଦିନରେ ପ୍ରାୟ ୨୭ କୋଟି ଟଙ୍କାର ଆୟ କରିଛି।

‘କେଦାରନାଥ୍‌’ଏକ ପ୍ରେମ କାହାଣୀ ଆଧାରିତ ସିନେମା। ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କେଦାରନାଥ୍‌’ ରିଲିଜ୍‌ ହୋଇଛି ଗତ ଡିସେମ୍ବର ୭ ତାରିଖରେ। ଏହାର କାହାଣୀ ଜଣେ ହିନ୍ଦୁ ଯୁବତୀ ଓ ମୁସଲମାନ ଯୁବକର ପ୍ରେମ କାହାଣୀ ଉପରେ ଆଧାରିତ ।ଏଣେ ସାରା ଅଲ୍ଲୀ ଖାନଙ୍କର ଦ୍ୱିତୀୟ ସିନେମା ‘ସିମ୍ବା’ବି ରିଲିଜ୍‌ ହେଉଛି ଡିସେମ୍ବର ୨୮ରେ ଏଥିରେ ରଣବୀର ସିଂହଙ୍କ ବିପକ୍ଷରେ ନଜର ଆସିବେ ସାରା ଅଲ୍ଲୀ ଖାନ୍‌। ଏହାର ନିର୍ଦ୍ଦେଶକ ହେଲେ ରୋହିତ ସେଟ୍ଟୀ।

 

ସମ୍ବନ୍ଧିତ ଖବର