ଫିଲ୍ମ କେଦାରନାଥକୁ ନେଇ ନିର୍ଦ୍ଦେଶକଙ୍କ ବଡ଼ ଖୁଲାସା: କହିଲେ; ଦେଖାଯାଇଥିବା ଝଡ଼ ତୋଫାନର ସବୁ ଦୃଶ୍ୟ ଅସଲି

ମୁମ୍ବାଇ: ବଲିଉଡ୍‌ରେ ଏବେ ଷ୍ଟାର୍‌ କିଡ଼୍‍ଙ୍କ ଜମାନା ଆରମ୍ଭ ହୋଇ ସାରିଥିବା ବେଳେ ଧିରେ ଧିରେ ଅନେକ ସୁପରଷ୍ଟାରଙ୍କ ପିଲାମାନେ ଲାଇମ୍‌ଲାଇଟ୍‌କୁ ଆସିବାକୁ ଲାଗିଛନ୍ତି । ପୂର୍ବରୁ ଟାଇଗର ଶ୍ରଫ୍‌, ଶ୍ରଦ୍ଧା କପୁର, ଜାହ୍ନବୀ କପୁର ପରଦାରେ ନିଜ ଯାଦୁ ଦେଖାଇ ସାରିଥିବା ବେଳେ ଏବେ ନିଜ ଅଭିନୟର ଯାଦୁ ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ । ଫିଲ୍ମ କେଦାରନାଥରେ ତାଙ୍କୁ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ବିପକ୍ଷରେ ଦେଖିବାକୁ ମିଳିବ । ଫିଲ୍ମର ଟ୍ରେଲର ରିଳିଜ୍‌ ହୋଇ ସାରିଥିବା ବେଳେ ଡ଼ିସେମ୍ବର ୭ରେ ଫିଲ୍ମଟି ରିଲିଜ୍‌ ହେବ ବୋଲି ଜଣା ପଡ଼ିଛି । ତେବେ ପୂର୍ବରୁ ଟ୍ରେଲରେ ନଜର ଆସୁଥିବା ଝଡ଼ ତୋଫାନକୁ ନକଲି ବୋଲି ଚର୍ଚ୍ଚା ହେଉଥିବା ବେଳେ ଫିଲ୍ମରେ ଦେଖାଯାଇଥିବା ଝଡ଼ ତୋଫାନର ଦୃଶ୍ୟ ଅସଲି ବୋଲି କହିଛନ୍ତି ନିର୍ଦ୍ଦେଶକ ଅଭିଷେକ କପୁର ।

NDTV.com

ଏକ ସାକ୍ଷାତକାରରେ ଯୋଗ ଦେଇ, ଫିଲ୍ମରେ ଯାହା ବି ଝଡ଼ ତୋଫାନର ଦୃଶ୍ୟ ରହିଛି ତାହା ଅସଲି । କେଦାରନାଥ ମନ୍ଦିର ବହୁତ ଉଚ୍ଚରେ ଥିବାରୁ ଅଧିକ ଶୀତ ଅନୁଭୁତ ହୋଇଥିଲା । କିନ୍ତୁ ସବୁ ପରେ ବି ଫିଲ୍ମର ଷ୍ଟାର କାଷ୍ଟ ସୁଟିଂ ପାଇଁ ରାଜି ହୋଇଥିଲେ । ସୁଟିଂ ସମୟରେ ଜୋରରେ ବର୍ଷା ହେବାରୁ ସୁଟିଂ ବନ୍ଦ କରିବା କଥା ଭାବିଥିଲୁ । କିନ୍ତୁ କଳାକାରମାନେ ସୁଟିଂ କରିବା ପାଇଁ ରାଜି ହେବାରୁ ଝଡ଼ ତୋଫାନରେ ଫିଲ୍ମର ସୁଟିଂ କରାଯାଇଥିଲା ।

ସମ୍ବନ୍ଧିତ ଖବର