ମୁମ୍ବାଇ: ବଲିଉଡ଼୍ର ଛୋଟେ ନବାବ ସୈଫ୍ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ୍ଙ୍କ ଡ଼େୁବ୍ୟ ଫିଲ୍ମ ‘କେଦାରନାଥ୍’ର ଅସଲ ରିଲିଜ୍ ତାରିଖ ଏବେ ସାମ୍ନାକୁ ଆସିଛି। ଏହାର ନିର୍ଦ୍ଦେଶକ ଅଭିଷେକ କପୁର‘କେଦାରନାଥ୍’ର ଏକ ସୁନ୍ଦର ପୋଷ୍ଟର୍ ଟୁଇଟର୍ ସେଆର୍ କରି ଏହା ଡିସେମ୍ବର ୭ ତାରିଖରେ ରିଲିଜ୍ ହେବ ବୋଲି ସୂଚନା ଦେଇଛନ୍ତି।ଏହି ଫିଲ୍ମରେ ସାରା ଅଲ୍ଲୀ ଖାନଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ ବିପକ୍ଷରେ ନିଆଯାଇଛିା। ଏଠାରେ ସୂଚନାଯୋଗ୍ୟ ଯେ ଏହା ଡିସେମ୍ବର ୨୧ ତାରିଖରେ ରିଲିଜ୍ ହେବ ବୋଲି ପ୍ରଥମେ ଘୋଷିତ ହୋଇଥିଲା। କିନ୍ତୁ ପ୍ରଯୋଜିକା ପେରଣା ଅରୋରା ଓ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ମଧ୍ୟରେ ତୀବ୍ର ମତଭେଦ ହେବାପରେ ତାହା ଏହାପରେ ‘କେଦାରନାଥ୍’ର ରିଲିଜ୍କୁ ନେଇ ଅଚଳାବସ୍ଥା ଦେଖା ଦେଇଥିଲା। ଏବେ କିନ୍ତୁ ଜଣେ ପ୍ରଯୋଜକ ଏହି ଫିଲ୍ମର ନିର୍ମାଣ ଅଧିକାର କିଣିବା ପରେ ସବୁ ଠିକ୍ଠାକ୍ ହୋଇଯାଇଛି।ପ୍ରଖ୍ୟାତ ପ୍ରଯୋଜକ ରୋନି ସ୍କ୍ରୁଓ୍ଵାଲା‘କେଦାରନାଥ୍’ର ଅବଶିଷ୍ଟ କାମ ଶେଷ କରିଲେ। ପୂର୍ବରୁ ଫିଲ୍ମରେ ଖର୍ଚ୍ଚ ହୋଇଥିବା ୨୨ କୋଟି ଟଙ୍କା ସେ ଦେଲେ ।ଏଥିରୁ ପ୍ରଯୋଜକ ଭୂଷଣ କୁମାର ଓ ପ୍ରେରଣା ଅରୋରା ୧୪ କୋଟି ଓ ଏକତା କପୁର ୮ କୋଟି ଟଙ୍କା ପାଇଛନ୍ତି। ‘କେଦାରନାଥ୍’ଏକ ପ୍ରେମ କାହାଣୀ ଆଧାରିତ।
କୁହାଯାଉଛି ଯେ ଇନ୍ଦ୍ର କୁମାରଙ୍କ ମଲ୍ଟିଷ୍ଟାରର କମେଡି ‘ଟୋଟାଲ୍ ଧମାଲ୍’ ଡିସେମ୍ବର ୭ ତାରିଖରେ ରିଲିଜ୍ ହେବାର ଥିଲା , ମାତ୍ର ତାହାକୁ ଘୁଞ୍ଚାଇ ଦିଆଯିବାପରେ ସେହି ତାରିଖରେ ‘କେଦାରନାଥ୍’କୁ ରିଲିଜ୍ କରିବାର ଯୋଜନା କରିଛନ୍ତି ପ୍ରଯୋଜକ।