ଜିତିଲା ଶାହରୁଖଙ୍କ ‘ଜିରୋ’: ନିର୍ଦ୍ଧାରିତ ସମୟ ପୂର୍ବରୁ ରିଲିଜ ହେବ ସୁଶାନ୍ତଙ୍କ ‘କେଦାରନାଥ’

ମୁମ୍ବାଇ : ଶହାରୁଖ୍‌ ଖାନ୍‌ଙ୍କ ଫିଲ୍ମ ‘ଜିରୋ’ ଏବଂ ସୁଶାନ୍ତ ସିଂ ରାଜ୍‌ପୁତଙ୍କ ଫିଲ୍ମ ‘କେଦାରନାଥ’ର ରିଲିଜ ତାରିଖକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ଦୁଇଟି ଫିଲ୍ମ ଏକା ସାଙ୍ଗରେ ରିଲିଜ ହେବ ବୋଲି ଜଣା ପଡ଼ିଥିବା ବେଳେ ଏବେ ଏଥିରେ ପରିବର୍ତ୍ତନ ଅଣାଯାଇଛି । ପୂର୍ବରୁ ‘କେଦାରନାଥ’ର ନିର୍ଦ୍ଦେଶକ ଅଭିଷେକ କପୁର ଫିଲ୍ମର ରିଲିଜ ତାରିଖକୁ ବଦଳାଇବା ପାଇଁ ସଫା ସଫା ମନା କରି ଦେଇଥିବା ବେଳେ ଏବେ ସେ ରିଲିଜ୍‌ ତାରିଖକୁ ପରିବର୍ତ୍ତନ କରିଥିବା ଜଣାପଡ଼ିଛି । ପୂର୍ବରୁ ଫିଲ୍ମ ‘କେଦାରନାଥ’ର ରିଲିଜ ତାରିଖ ଡ଼ିସେମ୍ବର ୨୧ରେ ରଖା ଯାଇଥିବା ବେଳେ ଏବେ ନିର୍ଦ୍ଦେଶକ ଅଭିଷେକ କପୁର ଏହାକୁ ବଦଳାଇ ନଭେମ୍ବର ୩୦ କରିବେ ବୋଲି ଘୋଷଣା କରିଛନ୍ତି ।

Zee News

ଫିଲ୍ମର ରିଲିଜ ତାରିଖ ଘୋଷଣା ପରେ ଏହାର ପ୍ରଥମ ପୋଷ୍ଟରକୁ ରିଲିଜ କରାଯାଇଛି । ଏହି ଫିଲ୍ମରେ ସୁଶାନ୍ତ ସିଂ ରାଜ୍‌ପୁତଙ୍କ ସହିତ ସୈଫ୍‌ ତନୟା ସାରା ଅଲ୍ଲୀ ଖାନ୍‌ ନଜର ଆସୁଥିବା ବେଳେ ସାରାଙ୍କର ଏହା ପ୍ରଥମ ଫିଲ୍ମ । ଅନ୍ୟ ପକ୍ଷରେ ଫିଲ୍ମ ‘ଜିରୋ’ରେ ଶାହରୁଖ୍‌ ଖାନ୍‌ଙ୍କ ସହ ପୁଣି ଥରେ ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫ୍‌ ରୋମାନ୍ସ କରିବେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର