Advertisment
ମନୋରଞ୍ଜନ

ବିବାହ ଖବର ମଧ୍ୟରେ ପ୍ରେମିକଙ୍କ ସହ ଫଟୋ ସେୟାର କଲେ କୀର୍ତ୍ତି ସୁରେଶ

କୀର୍ତ୍ତି ଡ଼ିସେମ୍ବର ୧୧ରେ ତାଙ୍କ ପ୍ରେମିକ ଆଣ୍ଟୋନି ଥଟିଲଙ୍କୁ ବିବାହ କରିବେ | ବିବାହ କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିବ | ଏମଧ୍ୟରେ ଅଭିନେତ୍ରୀ ନିଜ ପ୍ରେମିକଙ୍କ ସହ ଫଟୋ ସେୟାର କରିଥିବା ଦେଖାଯାଇଛି।

 ବିବାହ ଖବର ମଧ୍ୟରେ ପ୍ରେମିକଙ୍କ ସହ ଫଟୋ ସେୟାର କଲେ କୀର୍ତ୍ତି ସୁରେଶ

ନୂଆଦିଲ୍ଲୀ: ଚର୍ଚ୍ଚାରେ ସାଉଥ ସୁପରଷ୍ଟାର କୀର୍ତ୍ତି ସୁରେଶ। ସବୁବେଳେ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହୁଥିବା କୀର୍ତ୍ତି ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି।  ସବୁବେଳେ ଫିଲ୍ମର ଚରିତ୍ରକୁ ନେଇ ଚର୍ଚ୍ଚାରେ ରହୁଥିବା କୀର୍ତ୍ତି ଏବେ ନିଜ ବିବାହକୁ ନେଇ ଲାଇମଲାଇଟକୁ ଆସିଛନ୍ତି। ଗତ ବର୍ଷ ଦୁବାଇର ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ ଫରହାନ୍ ବିନ୍ ଲିଆକତଙ୍କ ସହ କୀର୍ତ୍ତିଙ୍କ ବିବାହ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ଶୁଣିବାକୁ ମିଳୁଥିଲା ଯେ ଉଭୟ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏହା ମଧ୍ୟ କୁହାଯାଇଥିଲା ଯେ ସେମାନେ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରୁଛନ୍ତି।

Advertisment

ହେଲେ ପରେ ଖବରଟି ମିଛ ବୋଲି କହିବା ସହ ଫରହାନ୍ ତାଙ୍କ ମନର ମଣିଷ ନୁହନ୍ତି ବୋଲି ସ୍ପଷ୍ଟ କରିଥିଲେ କୀର୍ତ୍ତି | ଏହା ସହ ସଠିକ ସମୟ ଆସିଲେ ମନର ମଣିଷ ବିଷୟରେ ସମସ୍ତଙ୍କୁ କହିବି ବୋଲି କୀର୍ତ୍ତି କହିଥିଲେ | ଏବେ ଖବର ମିଳୁଛି ଯେ, କୀର୍ତ୍ତି ଡ଼ିସେମ୍ବର ୧୧ରେ ତାଙ୍କ ପ୍ରେମିକ ଆଣ୍ଟୋନି ଥଟିଲଙ୍କୁ ବିବାହ କରିବେ | ବିବାହ କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିବ | ଗୋଆରେ ଡିସେମ୍ବର ୧୧ ଓ ୧୨ରେ ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିବେ | ଆଗକୁ ବିବାହ ଥିବା ବେଳେ ଏବେ କୀର୍ତ୍ତି ପ୍ରେମିକ ଆଣ୍ଟୋନିଙ୍କ ସହ ଇନଷ୍ଟାରେ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ଦୁହିଁଙ୍କ ମୁହଁ ଦିଶୁନଥିଲେ ବି ଦୁହେଁ ବାଣ ଫୁଟାଉଥିବା ଦେଖାଯାଇଛି। 

ଫଟୋ ସେୟାର କରି କୀର୍ତ୍ତି ଲେଖିଛନ୍ତି, ୧୫ବର୍ଷ ଏବଂ ଗଣତି ଏବେ ବି ଚାଲିଛି...ଆଗକୁ ବି ଚାଲିବ। ଏହି ଫଟୋ ସେୟାର କରିବା ପରେ ଏବେ ଇଣ୍ଡଷ୍ଟ୍ରିର କଳାକାର ଓ ତାଙ୍କ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଦେବା ଆରମ୍ଭ କରିଛନ୍ତି।

ତେବେ କୀର୍ତ୍ତି ଓ ଆଣ୍ଟୋନିଙ୍କ ପ୍ରେମ ସମ୍ପର୍କ ୧୫ବର୍ଷର | କୀର୍ତ୍ତି ସ୍କୁଲରେ ଥିବା ବେଳେ ଆଣ୍ଟୋନି କଲେଜରେ ପଢୁଥିଲେ | ଦୁହେଁ ୧୫ବର୍ଷ ଧରି ନିଜ ସମ୍ପର୍କ ବିଷୟରେ କାହାକୁ ଜଣାଇ ନଥିବା ବେଳେ ଏବେ ମଧ୍ୟ ଖୁବ ସାଧାରଣ ଭାବରେ ବିବାହ କରିବେ ବୋଲି ଜଣାଯାଇଛି | 

Advertisment
ସବସ୍କ୍ରାଇବ କରନ୍ତୁ