କୁମାର ପ୍ରୀତମ ସାହୁଙ୍କ ପ୍ରଯୋଜିତ ତଥା ୟଶ-ସୁନୀଲ ଯୋଡ଼ିଙ୍କ ଦ୍ବିତୀୟ ସିନେମା ‘ମାଷ୍ଟୂର’ରେ ‘କେନ୍ଦୁଝର’ ଉପରେ ଏକ ଗୀତ ରହିଛି। ତାହା ହେଲା- ‘ହର ହର କେନ୍ଦୁଝର, ଝର ଝର କେନ୍ଦୁଝର’। ଏହି ଗୀତରେ କଣ୍ଠଦାନ କରିଛନ୍ତି କୁଲଦୀପ, ଅସୀମା ଓ ସତ୍ୟଜିତ୍। ଏହାର ଗୀତିକାର ଓ ସଂଗୀତକାର ହେଲେ ୟଶବର୍ଦ୍ଧନ ପଣ୍ଡା। ଅଂଶୁମାନ ନନ୍ଦୀ ଏହାର ସଂଗୀତ ପରିଚାଳକ। ଇତିମଧ୍ୟରେ ଏହି ଗୀତର ଦୃଶ୍ୟାୟନ ବି ଶେଷ ହୋଇଛି। ଏଥିରେ କେନ୍ଦୁଝର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭିତରେ ଘଟଗାଁ ତାରିଣୀ ପୀଠ, କାଞ୍ଜିପାଣି ଘାଟି ଆଦିକୁ ସ୍ଥାନ ଦିଆଯାଇଛି। ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଏହି ଗୀତର ଦୃଶ୍ୟ ସବୁ ଏକ ଟୁରିଷ୍ଟ ବସ୍ ଭିତରୁ ସୁଟ୍ କରାଯାଇଛି। ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ କେନ୍ଦୁଝର ଉପରେ ଏହା ପ୍ରଥମ ଗୀତ ବୋଲି କୁହାଯାଉଛି। ଆଗରୁ କେତୋଟି ଛବିର ସୁଟିଂ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଆକର୍ଷଣୀୟ ଲୋକେସନ୍ରେ କରାଯାଇଛି। ‘ମାଷ୍ଟୂର’ର କାହାଣୀ କେନ୍ଦୁଝର ଜିଲ୍ଲାର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ଉପରେ ଆଧାରିତ ହୋଇଥିବା ହେତୁ ଗୀତଟି ବି ସେଇ ପ୍ରେକ୍ଷାପଟ୍ଟରେ ସଂଯୋଜିତ ହୋଇଛି।
ମାଷ୍ଟୂରରେ କେନ୍ଦୁଝର ଗୀତ
କୁମାର ପ୍ରୀତମ ସାହୁଙ୍କ ପ୍ରଯୋଜିତ ତଥା ୟଶ-ସୁନୀଲ ଯୋଡ଼ିଙ୍କ ଦ୍ବିତୀୟ ସିନେମା ‘ମାଷ୍ଟୂର’ରେ ‘କେନ୍ଦୁଝର’ ଉପରେ ଏକ ଗୀତ ରହିଛି। ତାହା ହେଲା- ‘ହର ହର କେନ୍ଦୁଝର, ଝର ଝର କେନ୍ଦୁଝର’।
/sambad/media/media_files/2025/09/21/untitled-2-2025-09-21-06-32-32.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)