ମୁମ୍ବାଇ: ୟସ ଓ ସଞ୍ଜୟ ଦତ୍ତ ଅଭିନୀତ ଫିଲ୍ମ କେଜିଏଫ-୨ର ରିଲିଜ ତାରିଖ ଘୋଷଣା କରାଯାଇଛି | ଏହି ଫିଲ୍ମଟି ଚଳିତବର୍ଷ ଜୁଲାଇ ମାସରେ ରିଲିଜ ହେବ | ସିନେ ସମୀକ୍ଷକ ତରଣ ଆଦର୍ଶଙ୍କ ସୂଚନା ମୁତାବକ ଫିଲ୍ମଟି ଜୁଲାଇ ୧୬, ୨୦୨୧ରେ ରିଲିଜ ହେବ | ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସଞ୍ଜୟ ଦତ୍ତ, ୟସ, ଶ୍ରୀନିଧି ସେଟ୍ଟୀ ଓ ରବିନା ଟଣ୍ଡନ ନଜର ଆସିବେ | ଏହି ଫିଲ୍ମର ନିର୍ଦ୍ଦେଶନା ପ୍ରଶାନ୍ତ ନିଲ ଦେଇଥିବାବେଳେ ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲାମ ଭାଷାରେ ରିଲିଜ ହେବ |
#KGF2 ARRIVES ON 16 JULY 2021... #KGFChapter2 - the second installment in the #KGF franchise - to release on 16 July 2021... Stars #Yash, #SanjayDutt, #SrinidhiShetty and #RaveenaTandon... Directed by Prashanth Neel... Produced by Vijay Kiragandur. #KGFChapter2onJuly16pic.twitter.com/jjissBGiDH
— taran adarsh (@taran_adarsh) January 29, 2021
ସୂଚନା ଥାଉ କି କେଜିଏଫ-୨ ଫିଲ୍ମଟି ୨୦୧୮ରେ ରିଲିଜ ହୋଇଥିବା କେଜିଏଫ ଫିଲ୍ମର ସିକ୍ୱେଲ ଥିବାବେଳେ ଏଥିରେ ରକି ଅଧିରାକୁ ସାମ୍ନା କରିବ | ଅଭିନେତା ସଞ୍ଜୟ ଦତ୍ତ ଅଧିରା ଭୂମିକାରେ ଅଭିନୟ କରିଛନ୍ତି | କେଜିଏଫ-୧ ବକ୍ସ ଅଫିସରେ ପ୍ରାୟ ୨୦୪ କୋଟି ଆୟ କରିଥିଲା | ଉଲ୍ଲେଖଯୋଗ୍ୟ କିଛି ଦିନ ତଳେ କେଜିଏଫ-୨ ର ଟିଜର ରିଲିଜ ହୋଇଥିଲା | ଯାହାକୁ ୧୬ କୋଟିରୁ ଅଧିକ ଦର୍ଶକ ଦେଖିଥିଲେ |