ଦ୍ୱିତୀୟ ଥର ବାପା ବନିଲେ କେଜିଏଫ୍‌ ଷ୍ଟାର ୟଶ, ପୁତ୍ର ସନ୍ତାନକୁ ଜନ୍ମ ଦେଲେ ପତ୍ନୀ ରାଧିକା

ବେଙ୍ଗାଲୁରୁ :  ଡିସେମ୍ବର ୨୧, ୨୦୧୮ରେ ରିଲିଜ୍‌ ହୋଇଥିଲା ଫିଲ୍ମ କେ.ଜି.ଏଫ୍‌ ଚାପ୍ଟର-୧ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ସାଉଥ୍‌ ସୁପରଷ୍ଟାର ୟଶ । ଫିଲ୍ମଟି ବଡ଼ ହିଟ୍‌ ହୋଇଥିବା ବେଳେ ଏବେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ପୂର୍ବରୁ ଏକ କନ୍ୟା ସନ୍ତାନର ବାପା ହୋଇ ସାରିଥିବା ୟଶ ଏବେ ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି । ପତ୍ନୀ ରାଧିକା ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ଜଣାପଡ଼ିଛି ।

दूसरी बार पिता बने KGF स्टार यश, राधिका ने दिया बेबी बॉय को जन्म
aajtak.intoday.in

ପ୍ରସବ ପରେ ମା’ ଓ ଶିଶୁ ଦୁହେଁ ସୁସ୍ଥ ଥିବା ସୂଚନା ରହିଛି । ୟଶଙ୍କ ଝିଅ ଏବେ ୧୦ମାସର ହୋଇଥିବା ବେଳେ ତାଙ୍କ ନାଁ ଆୟରା ରଖାଯାଇଛି । ଖୁବ୍‌ ଶୀଘ୍ର ୟଶ ନିଜ ପୁଅର ନାଁ ଘୋଷଣା କରିବେ ବୋଲି ଜଣାପଡ଼ିଛି । ଗତବର୍ଷ ଡିସେମ୍ବରରେ ରାଧିକା  ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ତେବେ ଏ ନେଇ ୟଶ କୌଣସି ଅଧିକାରୀକ ଘୋଷଣା କରି ନଥିବାରୁ ଖବରକୁ ନେଇ ସ୍ପଷ୍ଟୀକରଣ ମିଳିପାରି ନାହିଁ ।

ସମ୍ବନ୍ଧିତ ଖବର