ମୁମ୍ବାଇ: ରିଲିଜ୍ ହେଉ ହେଉ ବକ୍ସ ଅଫିସରେ କମାଲ କରିବାରେ ଲାଗିଛି ଫିଲ୍ମ କେ.ଜି.ଏଫ୍-୨। ଫିଲ୍ମଟି ରିଲିଜ ପ୍ରଥମ ଦିନରେ ୫୪କୋଟି ବ୍ୟବସାୟ କରିଥିବା ବେଳେ ଦ୍ବିତୀୟ ଦିନରେ ୧୦୦କୋଟି କ୍ଲବରେ ସାମିଲ ହୋଇଥିଲା। ଏବେ ତୃତୀୟ ଦିନରେ ଫିଲ୍ମଟି ଆଉ ଏକ ରେକର୍ଡ ଭାଙ୍ଗିଛି। ତୃତୀୟ ଦିନର ଆୟକୁ ମିଶାଇ ଫିଲ୍ମଟି ମୋଟ ୧୪୦କୋଟି ଟଙ୍କା ଆୟ କରିଛି।
ପୂର୍ବରୁ ସପ୍ତାହ କି ୨ସପ୍ତାହ ପରେ ଫିଲ୍ମଟି ୧୦୦କୋଟି କ୍ଲବରେ ସାମିଲ ହେଉଥିବା ବେଳେ କଳାକାର ଖୁସି ମନାଉଥିଲେ। ହେଲେ ଏବେ ୨ଦିନରେ ହିଁ ଫିଲ୍ମ ୧୦୦କୋଟି କ୍ଲବରେ ସାମିଲ ହେଉଛି। ଏହି ଆୟରୁ ଜଣାପଡ଼ୁଛି ଯେ ଦର୍ଶକମାନେ ଏବେ ସାଉଥ୍ ଫିଲ୍ମ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି। ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ 'ଆରଆରଆର' ମଧ୍ୟ ବକ୍ସ ଅଫିସର ଅନେକ ରେକର୍ଡ ଭାଙ୍ଗିଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ୧୦୦୦କୋଟି ଆୟ କରିଥିବା ବେଳେ 'କେ.ଜି.ଏଫ୍-୨' 'ଆରଆରଆର' ରେକର୍ଡକୁ ଭାଙ୍ଗିବ ବୋଲି କୁହାଯାଉଛି।
/sambad/media/post_attachments/4157fb163f8f84555d0781395a02f0c0a070c713908791c4c794f66ce33ba785.gif)
ଆଗାମୀ ୨ଦିନ ମଧ୍ୟରେ ଫିଲ୍ମଟି ୨୦୦କୋଟି ଆୟ କରିବ ବୋଲି ଅନେକ ସିନେ ସମୀକ୍ଷକ ମତ ଦେଇଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଚଳଚ୍ଚିତ୍ରଟି ପ୍ରଥମ ଦିନରେ ୫୩.୯୫ କୋଟିର ବେପାର କରିଥିବା ବେଳେ ଦ୍ବିତୀୟ ଦିନରେ ୪୬.୭୯ କୋଟି ଓ ତୃତୀୟ ଦିନରେ ୪୦କୋଟି ଟଙ୍କାର ବେପାର କରିଛି। ଏହି ଚଳଚ୍ଚିତ୍ରରେ ୟଶ୍ଙ୍କ ବ୍ୟତୀତ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଓ ଅଭିନେତ୍ରୀ ରବିନା ଟଣ୍ଡନ୍ ବି ନଜର ଆସିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/ସ-135.jpg)