ଘୁଞ୍ଚିଲା କେଜିଏଫ୍-୨ର ରିଲିଜ୍‌ ତାରିଖ, ପରଦାକୁ ସେପ୍ଟେମ୍ବର ୯ରେ ଆସିବ

ମୁମ୍ବାଇ: କରୋନା ସଂକ୍ରମଣର ଭୟାବହତା କାରଣରୁ କ୍ରମାଗତ ଭାବେ ବିଭିନ୍ନ ଫିଲ୍ମର ରିଲିଜ୍ ତାରିଖରେ ପରିବର୍ତ୍ତନ କରାଯାଉଛି । ଆଉ ଏହାରି ଭିତରେ ପୁଣି ଥରେ ଘୁଞ୍ଚିଛି ବହୁ ପ୍ରତୀକ୍ଷିତ ସାଉଥ ସୁପରଷ୍ଟାର ୟଶ୍ ଏବଂ ସଞ୍ଜୟ ଦତ୍ତ ଅଭିନୀତ ଫିଲ୍ମ କେଜିଏଫ୍-୨ର ରିଲିଜ୍ ତାରିଖ ।

ପୂର୍ବରୁ ଜୁଲାଇ ୧୬ ତାରିଖରେ ଫିଲ୍ମଟି ରିଲିଜ ହେବା ନେଇ ଘୋଷଣା ହୋଇଥିଲା  ଏବଂ ପରବର୍ତ୍ତୀ ସମୟରେ ଏହି ତାରିଖ ସେପ୍ଟେମ୍ବର ୯କୁ ଘୁଞ୍ଚାଇ ଦିଆଯାଇଥିଲା । କୁହାଯାଉଥିଲା ସେପ୍ଟେମ୍ବର ୯ ତାରିଖରେ କେଜିଏଫ-୨ ରିଲିଜ୍ ହୋଇପାରେ । କିନ୍ତୁ ଏହି ତାରିଖକୁ ଏବେ ଘୁଞ୍ଚାଇ ଦିଆଯାଇଛି ।

ତେବେ ଫିଲ୍ମଟି କେବେ ରିଲିଜ୍ ହେବ ସେନେଇ କିଛି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନଥିବା ବେଳେ, କୌଣସି ପର୍ବପର୍ବାଣୀରେ ଫିଲ୍ମଟି ରିଲିଜ୍ ହୋଇପାରେ ବୋଲି କୁହାଯାଉଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଦୀପାବଳି ଅବସରରେ ଫିଲ୍ମଟି ରିଲିଜ୍ ହୋଇପାରେ ।

ଏହି ଫିଲ୍ମର ମୁଖ୍ୟ ଭୂମିକାରେ ସଞ୍ଜୟ ଦତ୍ତ, ୟଶ୍, ଶ୍ରୀନିଧି ସେଟ୍ଟୀ ଓ ରବିନା ଟଣ୍ଡନ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ପ୍ରଶାନ୍ତ ନିଲ ଦେଇଥିବା ବେଳେ ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲାମ ଭାଷାରେ ରିଲିଜ ହେବ । କେଜିଏଫ-୨ ଫିଲ୍ମଟି ୨୦୧୮ରେ ରିଲିଜ ହୋଇଥିବା କେଜିଏଫ ଫିଲ୍ମର ସିକ୍ୱେଲ । ଏଥିରେ ହିରୋ ରକି ଭିଲେନ୍ ଅଧିରାକୁ ସାମ୍ନା କରିବ। ଅଭିନେତା ସଞ୍ଜୟ ଦତ୍ତ ଏଥର ଅଧିରା ଭୂମିକାରେ ଅଭିନୟ କରିଛନ୍ତି । କେଜିଏଫ-୧ ବକ୍ସ ଅଫିସରେ ପ୍ରାୟ ୨୦୪ କୋଟି ଆୟ କରିଥିଲା ।  କିଛି ଦିନ ତଳେ କେଜିଏଫ-୨ ର ଟିଜର ରିଲିଜ ହୋଇଥିଲା । ଯାହାକୁ ୧୬ କୋଟିରୁ ଅଧିକ ଦର୍ଶକ ଦେଖିଥିଲେ ।

ସମ୍ବନ୍ଧିତ ଖବର