ଅଭିନେତା ସଞ୍ଜୟ ଦତ୍ତଙ୍କ ଅଭିନୀତ ଚଳଚ୍ଚିତ୍ର କେଜିଏଫ୍ ଚାପ୍ଟର-୨ର ସୁଟିଂ ବହୁତ ଦିନ ତଳୁ ଶେଷ ହୋଇଛି। ଚଳଚ୍ଚିତ୍ର ଦେଖିବାକୁ ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ଭରି ରହିଥିଲେ ବି ଏଯାଏ ଏହାର ଟିଜର୍ ବି ସାମ୍ନାକୁ ଆସିନାହିଁ। ତେଣୁ ଆସନ୍ତା ଜାନୁଆରି ୮ ତାରିଖରେ ଏହାର ଟିଜର୍ ମୁକ୍ତିଲାଭ କରିବ ବୋଲି ଚଳଚ୍ଚିତ୍ରର କାର୍ଯ୍ୟନିର୍ବାହୀ ପ୍ରଯୋଜକ କାର୍ତ୍ତିକ ଗୋଦା କହିଛନ୍ତି। ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଥିବା ଅଭିନେତା ୟଶ୍ଙ୍କ ଜନ୍ମ ଦିନ ଜାନୁଆରି ୮ ହୋଇଥିବାରୁ ସେହିଦିନ ହିଁ ଚଳଚ୍ଚିତ୍ରର ଟିଜର୍ ରିଲିଜ୍ ହେବ ବୋଲି କାର୍ତ୍ତିକ ଟ୍ବିଟ୍ କରି କହିଛନ୍ତି। କେଜିଏଫ୍ ପ୍ରଥମ ଭାଗ ସୁପରହିଟ୍ ହୋଇଥିବା ବେଳେ ଦ୍ବିତୀୟ ଭାଗକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖାଦେଇଛି।
ଜାନୁଆରି ୮ରେ କେଜିଏଫ୍ ଚାପ୍ଟର-୨ର ଟିଜର୍
/sambad/media/post_attachments/wp-content/uploads/2020/12/sanjay-dutts-first-look-adheera-yashs-kgf-2.jpg)