‘ଖତରୋଁ କେ ଖିଲାଡି’‌ରେ ଭାଗ ନେଇ ଏହି ଅଭିନେତ୍ରୀମାନେ ଆହତ ହୋଇଛନ୍ତି

ନୂଆଦିଲ୍ଲୀ: ‘ଖତରୋଁ କେ ଖିଲାଡି ସିଜନ-୧୩’ର ଆରମ୍ଭ ହୋଇଯାଇଛି।  ଏହି ସୋ’ରେ ଅଭିନେତ୍ରୀ ଐଶ୍ବର୍ଯ୍ୟା ଶର୍ମା ଓ ନାୟରା ବନାର୍ଜି ଗୁରୁତର ଆହତ ହୋଇଛନ୍ତି। ଐଶ୍ବର୍ଯ୍ୟା ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କ ହାତରେ ଗଭୀର ଭାବେ ଆଘାତ ଲାଗିଥିବା ଦେଖିବାକୁ ମିଳୁଛି।

ଏହି କ୍ରମରେ ନାୟରା ବନର୍ଜୀ ବି ‘ଖତରୋଁ କେ ଖିଲାଡି ସିଜନ-୧୩’ରେ ଭାଗ ନେଇଛନ୍ତି। ନାୟରା ଏକ ସ‌ାକ୍ଷାତକାରରେ କହିଛନ୍ତି, ‘ସୋ’ରେ ଭାଗ ନେଇ ଖେଳୁଥିବା ବେଳେ ମୋତେ ପୋକମାନେ କାମୁଡ଼ି ଦେଇଥିଲେ। ଯେଉଁ କାରଣରୁ ମୋର ଶରୀର ବିଭିନ୍ନ ସ୍ଥାନରେ ଘା’ ହୋଇଯାଇଥିଲା।

ଏଥିସହିତ ତେଜସ୍ବୀ ପ୍ରକାଶ ବି ଏହି ସୋ’ରେ ଭାଗ ନେଇ ଖେଳୁଥିବା ବେଳେ ତାଙ୍କ ଆଖିରେ ଆଘାତ ଲାଗିଥିଲା। ତାଙ୍କୁ ପାଣି ଭିତରେ କିଛି ଟାସ୍କ କରିବାର ଥିଲା।

ସେହିପରି ରୁବିନା ଦିଲୌକ ବି ଏକ ବାରଫ ଟାସ୍କ କରୁଥିବା ବେଳେ ତାଙ୍କ ଉପରେ କ୍ରମାଗତ ଭାବେ ବରଫ ପଡ଼ିବା ହେତୁ ସେ  ଆହତ ହୋଇଯାଇଥିଲେ।

ଏହି କ୍ରମରେ ‘ଖତରୋଁ କେ ଖିଲାଡି ସିଜନ-୧୨’ର ପ୍ରତିଯୋଗୀ ଥିବା କନିକା ମାନ ବି ଏହି ସୋ’ରେ ଆହତ ହୋଇଥିଲେ। ସୋ’ରେ ସେ କିଛି ଟାସ୍କ ପୂରଣ କରିବା ସମୟରେ ହାତ ଓ ଗୋଡ଼ରେ ତାଙ୍କର ଗଭୀର ଆଘାତ ଲାଗିଥିଲା। ଯାହାର ଫଟୋ ବି ସେ ସୋସିଆଲ ମିଡିଆରେ ସେୟାର କରିଥିଲେ।

ସମ୍ବନ୍ଧିତ ଖବର