‘ଖତରୋଁ କେ ଖିଲାଡି’ରେ ଦିଶିବେ ଏହି ୧୦ ଲୋକପ୍ରିୟ ଚେହେରା

ମୁମ୍ବାଇ: ସେଲିବ୍ରେଟିମାନଙ୍କ ଷ୍ଟଣ୍ଟ୍‌ ଆଧାରିତ ଲୋକପ୍ରିୟ ରିୟଲିଟି ସୋ’ ‘ଖତରୋଁ କେ ଖିଲାଡି ସଜିନ୍‌ ୧୦’ର ପ୍ରତିଦ୍ୱନ୍ଦ୍ୱୀମାନଙ୍କ ତାଲିକା ପ୍ରକାଶ ପାଇଛି। ରୋହିତ୍‌ ସେଟ୍ଟୀ ହୋଷ୍ଟ୍‍ କରୁଥିବା ଏହି ସୋ’ରେ ବଛା ବଛା ଲୋକପ୍ରିୟ ଚେହେରା ଦେଖିବାକୁ ମିଳିବେ। ତେବେ ଚାଲନ୍ତୁ ଜାଣିବା ଏଥର ଦର୍ଶକ ‘ଖତରୋଁ କେ ଖିଲାଡି’ରେ ସେମାନଙ୍କ କେଉଁ ପ୍ରିୟ ତାରକାଙ୍କୁ ଦେଖିବାର ସୁଯୋଗ ପାଇବେ।

 

 

View this post on Instagram

 

A post shared by Karan Patel (@karan9198) on

‘ଏ ହୈ ମହବତେଁ’ରେ ରମନ ଭଲ୍ଲା ଚରିତ୍ରରେ ଲୋକଙ୍କ ମନ ଜିଣିଥିବା କରଣ ପଟେଲ୍‌ଙ୍କୁ ଏଥର ‘ଖତରୋଁ କେ ଖିଲାଡି’ରେ ଦର୍ଶକେ ଦେଖିବାକୁ ପାଇବେ। ଜଣାଶୁଣା ଭାରତୀୟ ବ୍ୟଙ୍ଗ କଳାକାର ବଲରାଜ ସୟାଲ୍‌ ବି ଏଥର ଦର୍ଶକଙ୍କ ମନୋରଞ୍ଜନ କରାଇବେ।

 

 

 

View this post on Instagram

 

Lets beat the MONDAY BLUES ?

A post shared by adaa (@adaakhann) on

ଏ ଦୁହିଁଙ୍କ ବ୍ୟତୀତ ରିୟଲିଟି ସୋ’ କୁଇନ୍‌ କରିସ୍ମା ତନ୍ନା, ଟେଲିଭିଜନ ବ୍ୟକ୍ତିତ୍ୱ ସିଭିନ ନାରଙ୍ଗ, ‘ନାଗିନ୍‌’ ଧାରାବାହକର ଲୋକପ୍ରିୟ ଚେହେରା ଅଦା ଖାନ, ଆର୍‌ଜେ ମଲିସ୍କା, ଟେଲିଭିଜନ ନାୟିକା ତେଜସ୍ୱୀ ପ୍ରକାଶ, ମରାଠୀ ସିନେ ନାୟିକା ମଲ୍ଲିକା ଅମୃତା ଖାନ୍‌ଭିଲକର୍‌, ନୃତ୍ୟଶିଳ୍ପୀ ଧର୍ମେଶ ଏବଂ ଭୋଜପୁରି ଅଭିନେତ୍ରୀ ରାଣୀ ଚାଟାର୍ଜୀ ଦେଖିବାକୁ ମିଳିବେ।

 

 

View this post on Instagram

 

And I go back to black . . #work #silsilabadalterishtonka2 #peace

A post shared by Tejasswi Prakash (@tejasswiprakash) on

ସମ୍ବନ୍ଧିତ ଖବର