ପୁଣି ଥରେ ଟେଲିଭିଜିନକୁ ଫେରୁଛି ଚର୍ଚ୍ଚିତ ଧାରାବାହିକ ‘ଖିଚଡ଼ି’

ନୂଆଦିଲ୍ଲୀ : ପୁରୁଣା ପ୍ରସିଦ୍ଧ ଧାରାବାହିକ ‘ଖିଚିଡ଼ି’ର ପ୍ରଶଂସକଙ୍କ ପାଇଁ ଖୁସି ଖବର। ପୁଣିଥରେ ଏକ ନୂଆ ରୂପରେ ସେହି ପୁରୁଣା କଳାକରଙ୍କ ସହିତ ଖିଚିଡ଼ି ଟେଲିଭିଜନକୁ ଫେରୁଛି । ଏହି ଧାରାବାହିକର କଳାକାର ଏହା ବିଷୟରେ ପୂର୍ବରୁ କିଛିଟା ସୂଚନା ଦେଇଥିବା ବେଳେ ବର୍ତ୍ତମାନ ଷ୍ଟାରପ୍ଲସ ଚ୍ୟାନେଲରେ ଏହାର ପ୍ରଥମ ପ୍ରମୋ ରିଲିଜ ହୋଇଛି । ପ୍ରମୋରେ ପାରିଖ ପରିବାର ପୁଣିଥରେ ଏକା ସାଙ୍ଗରେ ଦେଖିବାକୁ ମିଳିଥିବା ବେଳେ ଧାରାବାହିକର ମୁଖ୍ୟ ଆକର୍ଷଣ ହଂସା ଭାବି ଏବଂ ପ୍ରଫୁଲ୍ଲ ତାଙ୍କର ପୁରୁଣା ଅନ୍ଦାଜରେ ଦେଖାଯାଇଛନ୍ତି ।

scoopwhoop.com

ପୂର୍ବ ଖବର ଅନୁଯାୟୀ, ଖିଚିଡ଼ି ଧାରାବାହିକ ଷ୍ଟାରପ୍ଲସର ଡ଼ିଜିଟାଲ େଓ୍ଵବସାଇଟ ‘ହଟଷ୍ଟାର’ରେ ଆସିବାର ଥିଲା । କିନ୍ତୁ ବର୍ତ୍ତମାନ ନିର୍ମାତା ଏହାକୁ ଷ୍ଟାରପ୍ଲସ ଚ୍ୟାନେଲରେ ପ୍ରସାରଣ କରିବେ ବୋଲି କହିଛନ୍ତି। ଧାରାବାହିକଟି ୧୪ ଏପ୍ରିଲରୁ ପ୍ରତି ଶନିବାର ଏବଂ ରବିବାର ପ୍ରସାରିତ ହେବାର ସୂଚନା ମିଳିଛି। ଖିଚିଡ଼ିରେ ପୂର୍ବ କଳାକାର ଅନଙ୍ଗ ଦେଶାଇ, ରାଜୀବ ମେହେତା, ସୁପ୍ରିୟା ପାଠକ ଏବଂ ବନ୍ଦନା ପାଠକ ପୁଣିଥରେ ଏକା ସାଙ୍ଗେ ଦେଖିବାକୁ ମିଳିବେ। ଏହି ଧାରାବାହିକ ଦ୍ୱାରା ‘ହମ ଆପ ହୈ କୌନ’ ଅଭିନେତ୍ରୀ ରେଣୁକା ସାହାନି ପୁଣିଥରେ ଟେଲିଭିଜନ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି।

 

୨୦୦୨ ମସିହାରେ ପ୍ରଥମ ଥର ପାଇଁ ‘ଖିଚିଡ଼ି’ ଧାରାବାହିକ ପ୍ରସାରିତ ହୋଇଥିଲା ଏବଂ ଲୋକମାନେ ତାହାକୁ ବହୁଳ ଭାବେ ପସନ୍ଦ ମଧ୍ୟ କରିଥିଲେ । ଏହା ପରେ ୨୦୦୫ ମସିହାରେ ‘ଇଷ୍ଟାଣ୍ଟ ଖିଚିଡ଼ି’ ନାମରେ ଧାରାବାହିକର ଦ୍ୱିତୀୟ ସିଜନ ପ୍ରସାରିତ ହୋଇଥିଲା । ଏହା ଦ୍ୱାରା ଖିଚିଡ଼ି ଧାରାବାହିକର କଳାକରମାନେ ଦର୍ଶକଙ୍କ ମନରେ ଘର କରିନେଇଥିଲେ । ପୁଣିଥରେ ସେହି କଳାକାରଙ୍କ ସହ ଖିଚିଡ଼ି ଧାରାବାହିକ ଆସୁଥିବାରୁ ଦର୍ଶକମାନେ ବହୁତ ଉତ୍ସାହିତ ଅଛନ୍ତି।

ସମ୍ବନ୍ଧିତ ଖବର