ଜୟପୁର: ସଞ୍ଜୟଲୀଲା ଭଂସାଲୀଙ୍କ ନିର୍ମିତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଦ୍ମାବତ୍’ କବି ମଲ୍ଲିକ୍ ମୁହମ୍ମଦ୍ ଜୟସୀଙ୍କ ‘ପଦ୍ମାବତ୍’ କବିତା ଉପରେ ଆଧାରତ, ଯାହାକି ଆସନ୍ତାକାଲି ଅର୍ଥାତ ଜାନୁଆରି ୨୫ ତାରିଖ ଦେଶର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଭଂସାଲୀଙ୍କର ଅଧିକାଂଶ ଚଳଚ୍ଚିତ୍ର ବିଶ୍ୱ ଶ୍ରେଣୀୟ ସିନେ ପ୍ରେମୀଙ୍କ ମନରେ ବସିଥିବା ବେଳେ ଏହି ଚଳଚ୍ଚିତ୍ରଟିର କାହାଣୀ ଏକ ରକମର ସମସ୍ତଙ୍କୁ ଜଣାଥିବା ସତ୍ୱେ ବି ଚଳଚ୍ଚିତ୍ରର ଚାହିଦା କମିନାହିଁ ବୋଲି ସମୀକ୍ଷକ ମତ ରଖିଛନ୍ତି।
/sambad/media/post_attachments/wp-content/uploads/2018/01/new-padmaavat_1_0-300x168.jpeg)
ରାଜପୁତ୍ମାନଙ୍କ ଗର୍ବ ମହରଓ୍ଵାଲ୍ ରତନ ସିଂହଙ୍କ ଚରିତ୍ର ନିଭାଇଛନ୍ତି ସାହିଦ୍ କପୁର୍। ତାଙ୍କ ମୁହଁରୁ ବାହାରୁଥିବା ସଂଳାପରେ ରାଜପୁତମାନଙ୍କ ବାହାଦୁରୀର ଗାଥା ରହିଛି। ସେ ସିଂହଳର ରାଜକୁମାରୀ ପଦ୍ମାବତୀଙ୍କ ପ୍ରେମରେ ପଡ଼ନ୍ତି। ଆପଣ ଜାଣିଛନ୍ତି ଯେ ରାଣୀ ପଦ୍ମାବତୀଙ୍କ ଭୂମିକାରେ ବଲିଉଡ୍ ନାୟିକା ଦୀପିକା ପାଦୁକୋନ୍ ଅବତୀର୍ଣ୍ଣ। ସେ ଦୁହିଁଙ୍କ ମଧ୍ୟରେ ଆସନ୍ତି ନିଷ୍ଠୁର ଶାସକ ଆଳ୍ଲାଉଦ୍ଦିନ ଖିଲିଜ୍। ଆଲ୍ଲାଉଦ୍ଦିନ୍ଙ୍କ ଚରିତ୍ରକୁ ରଣବୀର ସିଂହ ବେଶ୍ ଜୀବନ୍ତ ଭାବେ ପ୍ରତିପାଦିତ କରିଛନ୍ତି। ଆଲ୍ଲାଉଦ୍ଦିନଙ୍କର ରାଣୀ ପଦ୍ମିନୀଙ୍କୁ ଏକତରଫା ପ୍ରେମର କରୁଣ ପରିଣତି ହୁଏ ରାଣୀଙ୍କ ଆତ୍ମହତ୍ୟା। ଜଣେ ରାଜପୁତ୍ ମହିଳାର ସମ୍ମାନ ତା’ର ଜୀବଠୁ ବଳି ବୋଲି ଚଳଚ୍ଚତ୍ରରେ ଦୃଶ୍ୟମାନ ହୋଇଛି। ଶେଷରେ ଦୀପିକାଙ୍କ ତ୍ୟାଗ୍ ରାଜପୁତ ମହିଳାଙ୍କ ସମ୍ମାନ ଦ୍ୱିଗୁଣ ବଢ଼ାଇବାରେ ସମର୍ଥ ହୋଇଛି।
photo credit- india todayଚଳଚ୍ଚିତ୍ରର ପୃଷ୍ଠଭୂମି ସ୍ମରଣୀୟ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି। ବେଶଭୂଷା ଓ ସାଜସଜାର କୌଣସି ବିକଳ୍ପ ନାହିଁ। ମାତ୍ର ଅଚାନକ ଚଳଚ୍ଚିତ୍ରରୁ କିଛି ଦୃଶ୍ୟ କାଟିବାକୁ ପଡ଼ିବାରୁ କେତେକ ସମୟରେ ଭାବପ୍ରବଣତା କ୍ଷୁର୍ଣ୍ଣ ହେଉଛି। ଚଳଚ୍ଚିତ୍ରଟିରେ ରଣବୀରଙ୍କ ଅଭିନୟ ଚଳଚ୍ଚିତ୍ର ସରିବା ପରେ ବି ମନରୁ ଲିଭିବ ନାହିଁ ବୋଲି ଅନେକ ମତ ଦେଇଛନ୍ତି। ଆଲ୍ଲାଉଦ୍ଦିନଙ୍କ କ୍ରୁରତା ସେଥିରେ ସ୍ପଷ୍ଟ ଦୃଶ୍ୟମାନ ହୋଇଛି। ଆଲ୍ଳାଉଦ୍ଦିନ୍ ଏବଂ ରତନ ସିଂହଙ୍କ ମଧ୍ୟରେ ହୋଇଥିବା ଲଢ଼େଇ ବେଶ୍ ଚିତାକର୍ଷକ। ମୋଟାମୋଟୀ କହିବାକୁ ଗଲେ ବହୁ ବାଦ ବିବାଦ ସତ୍ୱେ ବି ଚଳଚ୍ଚିତ୍ର ଦର୍ଶକଙ୍କ ମନରେ ରାଜ୍ କରିବ।
ଚଳଚ୍ଚିତ୍ର ସଂପର୍କରେ ଶେଷରେ ବାସ୍ ଏତିକି କୁହାଯାଇଛି ଯେ ଏଥିରେ କୌଣସି ଅପାତ୍ତିଜନକ ଦୃଶ୍ୟ ନାହିଁ। ଏହା ଏକ ମନକୁ ଛୁଇଁବା ପରି ଚଳଚ୍ଚିିତ୍ରଟିଏ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/655762-img2792.jpg)