ମୁମ୍ବାଇ : ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ବୋନି କପୁରଙ୍କ ତନୟା ଖୁସି କପୁର ଏବେ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଥିବା ଜଣା ପଡ଼ିଛି। ବଡ଼ ଭଉଣୀ ଜାହ୍ନବୀଙ୍କ ପରେ ଏବେ ଖୁସି ଡେବ୍ୟୁ କରିବା ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । କରଣ ଜୋହରଙ୍କ ଫିଲ୍ମରୁ ଖୁସି ଡେବ୍ୟୁ କରିବେ ବୋଲି ସ୍ପଷ୍ଟ କରିଥିବା ବେଳେ ତାଙ୍କ ବିପକ୍ଷରେ ହିରୋ କିଏ ହେବ ତାହା ଜଣା ପଡ଼ି ପାରି ନାହିଁ । ଖୁସିଙ୍କ ପାଇଁ ହିରୋ ତାଙ୍କ ବାପା ବୋନି କପୁର ବାଛିବେ ବୋଲି ଜଣାପଡ଼ିଛି । ତେବେ ଜାହ୍ନବୀ ମଧ୍ୟ କରଣ ଜୋହରଙ୍କ ଫିଲ୍ମ ‘ଧଡ଼କ’ରୁ ବଲିଉଡ୍ରେ ପାଦ ଦେଇଥିବା ବେଳେ ଖୁସି କେଉଁ ଫିଲ୍ମରେ ନଜର ଆସିବେ ତାହା ଦେଖିବାକୁ ବାକି ରହିଲା ।
/sambad/media/post_attachments/wp-content/uploads/2019/04/Boney-Kapoor-and-Khushi-Kapoor-740x420-300x170.jpg)
ସୂଚନା ମୁତାବକ, ଜାହ୍ନବୀ ଏବଂ ଖୁସି ଅଭିନେତ୍ରୀ ନେହା ଧୁପିଆଙ୍କ ଚାଟ୍ ସୋ’ରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କିଛି ଖୁଲାସା କରିଥିଲେ । ଏହା ସହ ବାପା ହିସାବରେ ବୋନି କପୁର ଖୁସିଙ୍କୁ ଅଧିକ ଭଲ ପାଇବା ସହ ତାଙ୍କ ପାଇଁ ଅଧିକ ଯତ୍ନଶୀଳ ବୋଲି ନିଜେ ଖୁସି ଜଣାଇଥିଲେ ।