ବିବାହ ବନ୍ଧନରେ ବାନ୍ଧିହେଲେ କିଆରା-ସିଦ୍ଧାର୍ଥ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତ୍ରୀ କିଆରା ଆଡଭାଣୀ ଓ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା। ସୂର୍ଯ୍ୟଗଡ଼ ପ୍ୟାଲେସରେ ଆଜି ଦୁହିଁଙ୍କ ବିବାହ ସଂପର୍ଣ୍ଣ ହୋଇଛି। ଗତ କିଛି ମାସ ହେଲାଣି ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଫିଲ୍ମ ଶେରଶାହରେ ଦୁହେଁ ସାଥିରେ ନଜର ଆସିବା ପରେ ଡେଟିଂର ଚର୍ଚ୍ଚା ଜୋର ଧରିଥିଲା।

ତେବେ ଅନେକ ଚର୍ଚ୍ଚା ପରେ ଖୁଲମ ଖୁଲା କେବେ ବି ଦୁହେଁ ନିଜ ପ୍ରେମ ସମ୍ପର୍କକୁ ସ୍ବୀକାର କରିନଥିଲେ। ହେଲେ ଆଜି ଦୁହିଁଙ୍କ ପ୍ରେମ ସମ୍ପର୍କକୁ ଏକ ନୂଆ ନାଁ ମିଳିଛି। ସାତ୍ ଫେରା ନେଇ ସାତ ଜନ୍ମ ପାଇଁ ଜୀବନସାଥୀ ହୋଇଛନ୍ତି କିଆରା-ସିଦ୍ଧାର୍ଥ। ବିବାହରେ ଉଭୟଙ୍କ ପରିବାର ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଉଭୟଙ୍କ କିଛି ବନ୍ଧୁ ଯୋଗ ଦେଇଥିଲେ ବୋଲି ଜଣାପଡ଼ିଛି। ଆଜି ବିବାହ ହୋଇଥିବା ବେଳେ ରିସେପ୍‌ସନ ପାର୍ଟି ଫେବ୍ରୁଆରି ୧୨ ତାରିଖରେ ହେବ। ସୂଚନା ରହିଛି ଯେ କିଆରା ଓ ସିଦ୍ଧାର୍ଥ ନିଜର ଏହି ଗ୍ରାଣ୍ଡ୍‌ ପାର୍ଟିରେ ପ୍ରିୟଙ୍କା-ନିକ୍‌, ଦୀପିକା-ରଣବୀରଙ୍କ ପରି ଷ୍ଟାର କପୁଲଙ୍କ ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବି ନିମନ୍ତ୍ରଣ କରିବେ।

सिद्धार्थ मल्होत्रा और कियारा आडवाणी
aajtak

ତେବେ ବିବାହ ଶେଷ ହୋଇଥିଲେ ବି ଦୁହେଁ ବିବାହ ସମୟର କୌଣସି ଫଟୋ ସେୟାର କରିନଥିବା ଦେଖାଯାଇଛି। ତେଣୁ ଦୁହିଁଙ୍କର କୌଣସି ଫଟୋ ସାମ୍ନାକୁ ଆସିନାହିଁ।

 

ସମ୍ବନ୍ଧିତ ଖବର