ଡିସେମ୍ବର ୨ରେ ବିବାହ ତାରିଖ ଘୋଷଣା କରିବେ କିଆରା !

ମୁମ୍ବାଇ: ବଲିଉଡର ରୋମାଣ୍ଟିକ ଯୋଡି ସିଦ୍ଧାର୍ଥ ମଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀ ଏବେ ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଉ ଏହାରି ମଧ୍ୟରେ ଏବେ ଏହି ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ମିଳିଥିବା ସୂଚନା ମୁତାବକ, କିଆରା ଏବଂ ସିଦ୍ଧାର୍ଥ ସେମାନଙ୍କ ସମ୍ପର୍କକୁ ଖୁବ ଶୀଘ୍ର ଏକ ନୂଆ ନାମ ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଉଭୟ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ। ଡିସେମ୍ବର କିମ୍ବା ଜାନୁଆରିରେ ଦୁହେଁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏନେଇ କିଆରା ଏକ ପୋଷ୍ଟ କରିଛନ୍ତି।

 

View this post on Instagram

 

A post shared by KIARA (@kiaraaliaadvani)

ଇନଷ୍ଟାରେ କରିଥିବା ପୋଷ୍ଟରେ କିଆରା କିଛି ବଡ଼ ଘୋଷଣା କରିବା ବିଷୟରେ ଲେଖିଛନ୍ତି। ଏହାକୁ ଦେଖି ତାଙ୍କ ପ୍ରଶଂସକ ଉତ୍ସାହିତ ହୋଇପଡ଼ିବା ସହ କିଆରା ବିବାହ ତାରିଖ ଘୋଷଣା କରିପାରନ୍ତି ବୋଲି ଆଶା କରୁଛନ୍ତି। କିଆରା ଏକ ନିଜର ଏକ ଭିଡିଓ ପୋଷ୍ଟ କରି କ୍ୟାସପରେ ଲେଖିଛନ୍ତି, ଏହାକୁ ଅଧିକ ସମୟ ଧରି ଲୁଚାଇ ରଖିପାରିବି ନାହିଁ। ଖୁବ ଶୀଘ୍ର ଆସୁଛି, ଡିସେମ୍ବର ୨ରେ। ତାଙ୍କର ଏଭଳି ପୋଷ୍ଟ ପରେ ଡିସେମ୍ବର ୨ରେ କିଆରା ବିବାହ ତାରିଖ ଘୋଷଣା କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର