ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ବିବାହ ଫେବ୍ରୁଆରି ୬ ତାରିଖରେ ହେବ। କିଆରା ଓ ସିଦ୍ଧାର୍ଥଙ୍କ ରାଜକୀୟ ଶୈଳୀରେ ବିବାହ ହେବ। ସେଥିପାଇଁ ଦୁହେଁ ଜୋରଦାର ପ୍ରସ୍ତୁତି କରୁଛନ୍ତି। ଜୈସଲମରର ପଞ୍ଚତାରକା ହୋଟେଲ ସୂର୍ଯ୍ୟଗଡ଼ ଦୁର୍ଗରେ କିଆରା ଓ ସିଦ୍ଧାର୍ଥଙ୍କ ବିବାହ ହେବ ବୋଲି କୁହାଯାଉଛି।
ତେବେ ଆପଣ ଜାଣନ୍ତି କି ଏହି ସେଲିବ୍ରେଟି ଦମ୍ପତିଙ୍କ ବିବାହ ପୂର୍ବର ରୀତି ସବୁ କେଉଁ ଦିନ ରହିଛି। କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହର ରୀତି ସବୁ ଆଜିଠାରୁ ଆରମ୍ଭ ହେଉଛି। ଜାଣିବାକୁ ମିଳିଛି ଯେ ଆଜି ଦିନରେ ପ୍ରଥମେ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରାଯିବ। ଏହାପରେ ମେହେନ୍ଦୀ ଏବଂ ହଳଦୀ ରୀତି ସଂପନ୍ନ ହେବ।
ବିବାହ ପାଇଁ ବିଶେଷ ପ୍ରସ୍ତୁତି କରାଯାଇଛି। ମେହେନ୍ଦୀ ଓ ହଳଦୀ ପରେ ସଂଧ୍ୟାରେ ହେବ ସଂଗୀତ ଉତ୍ସବ। ଏହି ଉତ୍ସବରେ ବଲିଉଡ୍ର ଅନେକ ବଡ଼ ବଡ଼ ତାରକା ନିଜର ଜଲୱା ଦେଖାଇବେ। ଏହାପରେ ଆସନ୍ତାକାଲି ସବୁଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହେବେ ଏହି ପ୍ରେମୀଯୁଗଳ। ବିବାହ ପରେ ଏକ ଗ୍ରାଣ୍ଡ୍ ପାର୍ଟିର ବି ଆୟୋଜନ କରିଛନ୍ତି କିଆରା ଓ ସିଦ୍ଧାର୍ଥ।
ଆପଣ ଜାଣିଥିବେ ହୁଏତ ବିବାହ ପରେ କିଆରା ଓ ସିଦ୍ଧାର୍ଥ ମୁମ୍ବାଇରେ ଏକ ଗ୍ରାଣ୍ଡ୍ ପାର୍ଟିର ଆୟୋଜନ କରୁଛନ୍ତି। ଏହି ରିସେପ୍ସନ ପାର୍ଟି ଫେବ୍ରୁଆରି ୧୨ ତାରିଖରେ ହେବ। ସୂଚନା ରହିଛି ଯେ କିଆରା ଓ ସିଦ୍ଧାର୍ଥ ନିଜର ଏହି ଗ୍ରାଣ୍ଡ୍ ପାର୍ଟିରେ ପ୍ରିୟଙ୍କା-ନିକ୍, ଦୀପିକା-ରଣବୀରଙ୍କ ପରି ଷ୍ଟାର କପୁଲଙ୍କ ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବି ନିମନ୍ତ୍ରଣ କରିବେ।