କିଆରାଙ୍କ ହାତରୁ ଫିଲ୍ମ ଛଡ଼ାଇ ନେଲେ ଜାହ୍ନବୀ

ମୁମ୍ବାଇ: ଫିଲ୍ମ ‘ଧଡକ’ରୁ ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ଜାହ୍ନବୀ କପୁର। ରିଲିଜ୍ ପରେ ବକ୍ସ ଅଫିସରେ ଫିଲ୍ମଟି ସଫଳ ହୋଇ ପାରି ନଥିଲେ ମଧ୍ୟ ଜାହ୍ନବୀଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ। ଯାହା ପାଇଁ ଧଡକ ପରେ ଏବେ ତାଙ୍କୁ ଗୋଟେ ପରେ ଗୋଟେ ବଡ଼ ବଜେଟର ଫିଲ୍ମ ଅଫର ମିଳିବାରେ ଲାଗିଛି। ଫିଲ୍ମ ‘ଗୁଞ୍ଜନ’ର ସୁଟିଂ ସେ ପ୍ରାୟ ଶେଷ କରି ସାରିଥିବା ବେଳେ ଏବେ ସେ ଅଭିନେତ୍ରୀ କିଆରା ଆଡୱାଣୀଙ୍କ ଠାରୁ ଏକ ଫିଲ୍ମ ଛଡ଼ାଇ ନେଇଥିବା ଜଣା ପଡ଼ିଛି।

Image result for janhvi-kapoor
BollywoodShaadis.com

ସୂଚନା ମୁତାବକ, ପୂର୍ବରୁ ଫିଲ୍ମ ‘ମିଷ୍ଟର ଲେ ଲେ’ର ଅଫର କିଆରାଙ୍କୁ ମିଳିଥିବା ବେଳେ ଏବେ ତାହା ଜାହ୍ନବୀଙ୍କ ହାତକୁ ଚାଲି ଯାଇଛି। ଫିଲ୍ମ ହାତେଇବା ପରେ ପ୍ରଥମ କରି ସେ ଅଭିନେତା ବରୁଣ ଧୱନଙ୍କ ସହ ସ୍କ୍ରିନ ସେୟାର କରୁଥିବାର ନଜର ଆସିବେ। ସେ ଏବେ ଫିଲ୍ମ ‘ଗୁଞ୍ଜନ’ ସହ ‘ଦୋସ୍ତାନା-୨’ରେ ମଧ୍ୟ କାମ କରୁଥିବା ବେଳେ ଫିଲ୍ମ ‘ମିଷ୍ଟର ଲେ ଲେ’ର ଅଫରକୁ ମଧ୍ୟ ସେ ହଁ କହିଛନ୍ତି। ଯାହା ଦ୍ବାରା ଲଗାତାର ଭାବେ ଦର୍ଶକ ତାଙ୍କୁ ୩ଟି ଫିଲ୍ମରେ ଦେଖିବାକୁ ପାଇବେ।

ସମ୍ବନ୍ଧିତ ଖବର