ମୁମ୍ବାଇ: ବଲିଉଡର ସବୁଠାରୁ ଲୋକପ୍ରିୟ ପ୍ରେମୀଯୁଗଳ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀ ହୋଇଛନ୍ତି। ‘ଶେରଶାହା’ର ସୁଟିଂ ସମୟରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିବା ବେଳେ ଫେବ୍ରୁଆରି ୭ରେ ରାଜସ୍ଥାନର ଜୈସଲମେରର ସୂର୍ଯ୍ୟଗଡ ପ୍ୟାଲେସରେ ଦୁହିଁଙ୍କ ବିବାହ ହୋଇଥିଲା। ବିବାହର ୪ଦିନ ପରେ ଏବେ କିଆରା ଗର୍ଭବତୀ ଥିବା ଚର୍ଚ୍ଚା ହେଉଛି। ତାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ଲୋକେ ଏଭଳି ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି। ମାତ୍ର ଏହାର ସତ୍ୟତା କିମ୍ବା ପ୍ରାମାଣିକତା ଥିବା ନେଇ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ।

Advertisment

Kiara Advani seems Pregnant like Alia Bhatt before marriage actress brutally troll for covering belly with shawl video viral - क्या सिद्धार्थ की नई दुल्हन कियारा हैं प्रेग्नेंट? एक्ट्रेस की इस हरकत news18

ଏହି ଦମ୍ପତି ସେମାନଙ୍କ ବିବାହ ସମ୍ବନ୍ଧୀୟ ସମସ୍ତ ତଥ୍ୟକୁ ଅତ୍ୟନ୍ତ ଗୁପ୍ତ ରଖିଥିଲେ, କିନ୍ତୁ ବର୍ତ୍ତମାନ ବିବାହ ପରେ ଦୁହେଁ ଖୋଲାଖୋଲି ଭାବେ ଫଟୋଗ୍ରାଫରଙ୍କୁ ପୋଜ୍ ଦେଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଅଭିନେତ୍ରୀ କିଆରାଙ୍କ ଏକ ଭିଡିଓ ଲାଇମ୍ ଲାଇଟକୁ ଆସିଛି, ଯେଉଁଥିରେ କିଆରା ନିଜ ପେଟ ଲୁଚାଉଥିବା ଦେଖିବାକୁ ମିଳିଛି। କିଆରାଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସେ ଗର୍ଭବତୀ ଅଛନ୍ତି ବୋଲି ଲେ‌ାକେ ସନ୍ଦେହ କରିବା ଆରମ୍ଭ କରିଛନ୍ତି। କେତେକ ଜାତୀୟ ଗଣମାଧ୍ୟମରେ ମଧ୍ୟ ଏହି ଖବର ପ୍ରକାଶ ପାଇଛି।  ଅଭିନେତ୍ରୀ ଆଲିଆ ଓ ଦିୟା ମିର୍ଜାଙ୍କ ଭଳି କିଆରା ମଧ୍ୟ ବିବାହ ପୂର୍ବରୁ ଗର୍ଭବତୀ ଅଛନ୍ତି ବୋଲି ଇନଷ୍ଟାଗ୍ରାମ ବ୍ୟବହାରକାରୀ କହିବା ଆରମ୍ଭ କରିଛନ୍ତି। ତେବେ ଏଭଳି ଚର୍ଚ୍ଚା ଉପରେ ଏପର୍ଯ୍ୟନ୍ତ କିଆରା ଓ ସିଦ୍ଧାର୍ଥ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ବିବାହର ୩ମାସ ପରେ ଆଲିଆ ଗର୍ଭବତୀ ଥିବା ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ୨୦୨୨ ଏପ୍ରିଲ୍‌ ୧୪ରେ ଅଭିନେତ୍ରୀ ଆଲିଆ ଓ ରଣବୀରଙ୍କ ବାହାଘର ସେମାନଙ୍କ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ହୋଇଥିଲା। ଏହା ପରେ ଜୁନ ୨୦୨୨ରେ ସେ ଗର୍ଭବତୀ ଥିବା ଘୋଷଣା କରିଥିଲେ।