ନୂଆ ଅନ୍ଦାଜରେ ନଜର ଆସିଲେ କିଆରା ଆଡ଼ଭାନୀ

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ନୂଆ ଅନ୍ଦାଜରେ ନଜର ଆସିଛନ୍ତି କବିର ସିଂର ଅଭିନେତ୍ରୀ କିଆରା ଆଡ଼ଭାନୀ | ଫେସନ ଡିଜାଇନର ଅମିତ ଅଗ୍ରୱାଲଙ୍କ ଡ୍ରେସ ପିନ୍ଧି କିଆରା ଲୁମେନ ନାମକ ଫେସନ ସୋରେ ଭାଗ ନେଇଥିଲେ | ନାଲି ରଙ୍ଗର ଡ୍ରେସ ପିନ୍ଧି ରାମ୍ପରେ କିଆରା ଚାଲିଥିବାବେଳେ ଏବେ ଏହି ଫଟୋଗୁଡିକ ସୋସିଆଲ ମିଡିଆରେ ଘୁରି ବୁଲିବା ସହ ତାଙ୍କୁ ଢେର ପ୍ରଶଂସା କରାଯାଇଛି |

ଏହି ଅବସରରେ କିଆରା କହିଛନ୍ତି ଯେ ଝିଅମାନେ ହାଲୁକା ଡ୍ରେସ ପିନ୍ଧିବାକୁ ପସନ୍ଦ କରନ୍ତି, ଯେତେ ହାଲୁକା ପିନ୍ଧିହେବ ସେତେ ପିନ୍ଧନ୍ତୁ ବୋଲି କିଆରା କହିଛନ୍ତି | ସେହିପରି ଏହି ଫେସନ ସୋରେ ନିଜ ବିବାହକୁ ନେଇ କିଛି ଖୁଲାସା ମଧ୍ୟ କରିଛନ୍ତି | ସେ କହିଛନ୍ତି ଯେ ନିଜ ବିବାହରେ ଏଭଳି ହାଲୁକା ଲେହେଙ୍ଗା ହିଁ ପିନ୍ଧିବେ |

ଏଠାରେ ସୂଚନା ଥାଉ କି କିଛିଦିନ ତଳେ ମୁକ୍ତିଲାଭ କରିଥିବା କବିର ସିଂରେ କିଆରାଙ୍କ ଅଭିନୟକୁ ନେଇ ଢେର ପ୍ରଶଂସା କରାଯାଇଥିଲା | କବିର ସିଂ ବକ୍ସ ଅଫିସରେ ହିତ ହେବା ସହ ୨୭୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଆୟ କରିସାରିଛି |

ସମ୍ବନ୍ଧିତ ଖବର